ଭୁବନେଶ୍ୱର : ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଚଳିତ ବର୍ଷ ବିଦ୍ୟୁତ ଶୁଳ୍କ ବଢିବ ନାହିଁ ବୋଲି ଓଡିଶା ସରକାରଙ୍କ ନିଷ୍ପତ୍ତି ଓଡିଶାବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । | ବିଦ୍ୟୁତ ଶୁଳ୍କ ବଢ଼ାଇବା ପାଇଁ କମ୍ପାନୀ ମାନଙ୍କ ପକ୍ଷରୁ କମିଶନଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିବା ବେଲେ ବିଦ୍ୟୁତ ଦର ନବଢ଼ାଇବାକୁ ରାଜ୍ୟ ସରକାର କମିସନଙ୍କ ପାଖରେ ଦାବି ରଖିଥିବା ଆଧାରରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରିଟେଲ୍ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ ଓ ଶୁଳ୍କକୁ ଅପରିବର୍ତ୍ତିତ ରଖାଯାଇଛି ବୋଲି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ହେଇଛନ୍ତି | ବିଦ୍ୟୁତ ଶୁଳ୍କ ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ଦର ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ୍ ଯାଏଁ ଦର ଟ ୪.୮୦ ଏବଂ ୪୦୦ ୟୁନିଟ୍ ରୁ ଅଧିକ ବ୍ୟବହାରୀଙ୍କ ପାଇଁ ଦର ଟ ୬.୨୦ରହିବ ।
ଡିଜିଟାଲ୍ ପେମେଣ୍ଟ କଲେ ଗ୍ରାହକଙ୍କୁ ପାଇଁ ୨ ପ୍ରତିଶତ ବଦଳରେ ୩% ରିହାତି ମିଳିବ । ସେହିଭଳି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୧୦ ପଇସା , କୃଷିକ୍ଷେତ୍ର ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ଏବଂ କ୍ଷୁଦ୍ର ଶିଳ୍ପ ପାଇଁ ୧୦ ପଇସା ରିହାତି ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି |
ରାଜ୍ୟ
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଣିଲା ଆଶ୍ବସ୍ତି : ଏ ବର୍ଷ ବଢିବନି ବିଦ୍ୟୁତ ଶୁଳ୍କ
- Hits: 1150