ଅସ୍ତରଙ୍ଗ(ଦୁଃଶାସନ ନାୟକ) :ମାଛ ସହଜରେ ହଜମ ହେଉଥିବା ଓ ଶସ୍ତାରେ ମିଳୁଥିବା ଏକ ପୃଷ୍ଟିସାର ଜାତୀୟ ଖାଦ୍ୟ । ରକ୍ତହୀନତା ଦୂର ପାଇଁ ମାଗୁର ମାଛ ବା କପର ମଣିଷ ଦେହରେ ରକ୍ତ ତିଆରି ପାଇଁ ସାହାଯ୍ୟ କରେ ।ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ର ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ବର୍ଷକୁ ଏଗାର କିଲୋ ମାଛ ଖାଇବା ଉଚିତ । ଗର୍ଭସ୍ଥ ଶିଶୁକୁ ବୁଦ୍ଧିମାନ କରବା ସହ, ତାର ମସ୍ତିଷ୍କ ବିକାଶ କରିବାକୁ ହେଲେ ଗର୍ଭବତୀ ମହିଳା ମାନେ ପ୍ରଚୁର ମାଛ ଖାଇବା ଉଚିତ ବୋଲି କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଓ କେରଳର କୋଚିନ ସ୍ଥିତ କେନ୍ଦ୍ରୀୟ ମାଛ ଗବେଷଣା ତଥା ବୈଷୟିକ ଜ୍ଞାନ କୌଶଳ ପ୍ରତିଷ୍ଠାନ ତରଫରୁ ପୁରୀଜିଲା ଅସ୍ତରଙ୍ଗ ବ୍ଲକର କଣମଣ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମାଛ ଚାଷ ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ର ମାଛ ଚାଷ ବିଭାଗର ମୁଖ୍ୟ ବୈଜ୍ଞାନିକ ଡ଼, ଅମ୍ବିକା ପ୍ରସାଦ ନାୟକ ମତବ୍ୟକ୍ତ କହିଛନ୍ତି।
ଶ୍ରୀ ନାୟକ ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ପ୍ରଦ୍ୱୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଥିଲେ ସାମ୍ବାଦିକ ଦୁଃଶାସନ ନାୟକ ଓ ସମ୍ମାନିତ ଅତିଥି ଥିଲେ ସଫଳ ଚାଷୀ ଉଲ୍ଲାସ କୁମାର ନାୟକ ଓ କୃଷି ବିଜ୍ଞାନ କେନ୍ଦ୍ର ର ବୈଷୟିକ ସହାୟକ ଚନ୍ଦନା ମହାପାତ୍ର । ଅତିଥି ଗଣ ତଥା କୃଷିବିଜ୍ଞାନ କେନ୍ଦ୍ର ର ବରିଷ୍ଠ ଅଧକାରୀମାନେ ନଦୀ ପୋଖରୀରୁ ଉତ୍ପାଦିତ ହେଉଥିବା ବହୁଳ ମାତ୍ରାରେ ମାଛ ଓ ଚିଙ୍ଗୁଡ଼ିକୁ ଏହାର ପୌଷ୍ଟିକ ଗୁଣବତ୍ତା ମାନ ବଜାୟ ରଖି ପ୍ରକ୍ରିୟା କାରଣ ମାଧ୍ୟ ମରେ ବହୁଦିନ ଧରି ସାଇତି ରଖିବା ପାଇଁ,ମାଛ ଆଚାର,ଶୁଖୁଆ, ଶୁଷ୍କ ମାଛ ସହ ଅନ୍ୟ ମୂଲ୍ୟ ଯୁକ୍ତ ପଦାର୍ଥ ଗୁଡିକର ପ୍ରସ୍ତୁତି ସମ୍ବଧରେ ଏହି ଶିବିରର ଆଲୋଚନାର ବିଷୟ ବସ୍ତୁ ବୋଲି ପରିପ୍ରକାଶ କରିଥିଲେ । କୃଷିବିଜ୍ଞାନ କେନ୍ଦ୍ର ପୁରୀ ତରଫରୁ ଏଲ ସି ଡି ମାଧ୍ୟମରେ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଡ, ସଂଜୟ କୁମାର ମାହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା ତାଲିମ ନେଉଥିବା ମହିଳା ମାନଙ୍କୁ ମାଛ ଚାଷ ଓ ପୋଖରୀ ବିଶୋଧନ ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେମାଛ ଚାଷୀ ଶ୍ରୀ ଦୁଃଶାସନ ନୟକ ଅତିଥି ପରିଚୟ ପୂର୍ବକ ସମକ୍ୟ ସୂଚନା ପ୍ରଦାନ କରିଥିଲା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଚାଷୀ ଉଲ୍ଲାସ କୁମାର ନାୟକ । ଏହି ତାଲିମରେ ସୁନ୍ଦର ଓ କଣମଣ ଗ୍ରାମର ଚାଳିଶି ଜଣ ହରିଜନ ମହିଳା ଯୋଗଦାନ କରିଥିଲେ ।
ରାଜ୍ୟ
ଗର୍ଭସ୍ଥ ଶିଶୁର ମସ୍ତିଷ୍କ ବିକାଶ ପାଇଁ ମା ମାଛ ଖାଇବା ଜରୁରୀ ।
- Hits: 541