ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସର ଅଂଶ ତଥା ଭାରତର ଅଗ୍ରଣୀ ଫର୍ଣ୍ଣିଚର୍ ବ୍ରାଣ୍ଡ୍ ଗୋଦରେଜ୍ ଇଟେଂରିଓ ପକ୍ଷରୁ ଆସନ୍ତା ପାଂଚ ବର୍ଷରେ ଏହାର ମାଟ୍ରେସ୍ ବର୍ଗରେ ୨୦% ସିଏଜିଆର୍ରେ ଅଭିବୃଦ୍ଧି ହାସଲ କରିବା ଲାଗି ଯୋଜନା ଘୋଷଣା କରାଯାଇଛି। ସମସ୍ତ ମୂଲ୍ୟ ବର୍ଗରେ ମାଟ୍ରେସ୍ର ବର୍ଗମାଳାକୁ ବଢାଇ କଂପାନି ଏହାର ଉତ୍ପାଦ ସଂଖ୍ୟାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସୋଫା ବେଡ୍, ମାଟ୍ରେସ୍ ବେଡ୍, ମାଟ୍ରେସ୍ ବେସ୍ ଏବଂ ଅନ୍ୟାନ୍ୟ ଆସେସୋରିଜ୍ ଗୁଡ଼ିକୁ ମଧ୍ୟ ସମ୍ପ୍ରସାରିତ କରୁଛି।
ଗୋଦରେଜ୍ ଇଟେଂରିଓ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଭାରତ ହେଉଛି ଦୁନିଆର ସବୁଠୁ ନିଦ୍ରାରୁ ବଂଚିତ ଦେଶ। ଏଥିରୁ ଜଣାପଡ଼ିଛି ଯେ ୯୩ ପ୍ରତିଶତ ଭାରତୀୟ ନିଦ୍ରାରୁ ବଂଚିତ ହେଉଛନ୍ତି ଏବଂ ଦିନକୁ ୮ ଘଂଟାରୁ କମ୍ ସମୟ ଶୋଉଛନ୍ତି। ମହାମାରୀରେ ଅଫିସ୍ ଓ ସ୍କୁଲ୍ର ପରିବେଶ ଘରେ ମିଶିଯାଇଥିବା ବେଳେ ଡିଭାଇସ୍ ବ୍ୟବହାର ବହୁତ ବଢ଼ିଯାଇଛି। ଏହା ଏକ ଉତମ ନିଦ୍ରାର ମାନ ଉପରେ ଗଭୀର ପ୍ରଭାବ ପକାଇଛି। ପୁନଶ୍ଚ, ବହୁ ଲୋକ ନିଜ ଶଯ୍ୟାରୁ କାମ କରିବା ଓ ପାଠ ପଢ଼ୁଥିବା ବେଳେ ମେରୁଦଣ୍ଡକୁ ସହାୟତା ପ୍ରଦାନ କରିବା ଭଳି ମାଟ୍ରେସେସ୍ର ଆବଶ୍ୟକତା ରହିଛି ଯାହାର ଲକ୍ଷ୍ୟ ହେଉଛି ନିଦ୍ରାର ମାନରେ ଉନ୍ନତି ଆଣିବା। ଏକ ଉତମ ନିଦ୍ରା ଶରୀରର ତାପମାତ୍ରା, ଓଜନ ବଂଟନ, ମେରୁଦଣ୍ଡର ସ୍ଥିତି ଓ ଶରୀରର ଢ଼ାଂଚା ଉପରେ ନିର୍ଭର କରେ।
ଗୋଦରେଜ୍ ଇଟେଂରିଓର ଶରୀର ଢ଼ାଂଚାକୁ ସୁହାଉଥିବା ମାଟ୍ରେସେସକୁ ତାହା ଉପରେ ଶୋଉଥିବା ଲୋକମାନଙ୍କ ଓଜନକୁ ସହାୟତା ପ୍ରଦାନ କରିବା ଭଳି ତିଆରି କରାଯାଇଥାଏ। ତାହା ଶରୀରକୁ ଆରାମ ପ୍ରଦାନ କରିବା ସିହିତ ବାୟୁ ପ୍ରବାହ ସ୍ୱାଭାବିକ ରଖିଥାଏ ଯାହା ବିଶ୍ରାମ ଭିତିକ ଗଭୀର ନିଦ୍ରାରେ ସହାୟକ ହୋଇଥାଏ। ବିଭିନ୍ନ ପ୍ରକାର ଶରୀରକୁ ସାହାଯ୍ୟ କରିବା ଭଳି ଉପକରଣର ମିଶ୍ରଣ ଏଥିରେ ବ୍ୟବହାର କରାଯାଇଥାଏ।
ସୁବୋଧ ମେହତା, ବରିଷ୍ଠ ଉପସଭାପତି (ବିଟୁସି), ଗୋଦରେଜ୍ ଇଟେଂରିଓ କହିଛନ୍ତି ଯେ, “ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଗୁଣାତ୍ମକ ଏବଂ ଉପଯୁକ୍ତ ନିଦ୍ରା ଉତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଯାହା ଜୀବନ ଯାପନ ଓ ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ନିଦ୍ରା ହେଉଛି ଦିନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ତାହା କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଉନ୍ନତି ଆଣିପାରେ। ଆମର ଗବେଷଣା (ପ୍ରେସର୍ ନ୍ୟୁଟ୍ରାଲାଇଜିଂ ଲଜିକ୍) ଜରିଆରୁ ମିଳିଥିବା ନିସ୍କର୍ଷ ଆଧାରରେ ଉପକରଣ ଚୟନ କରି ଶରୀର ପାଇଁ ସହାୟକ ହେଉଥିବା ବୈପ୍ଳବିକ ମାଟ୍ରେସ୍କୁ ଡିଜାଇନ୍ କରାଯାଇଛି ଯାହା ଶରୀରରୁ ସୃଷ୍ଟି ହେଉଥିବା ପ୍ରେସର୍ ପଏଂଟ୍ ଗୁଡିକୁ ପ୍ରତିହତ କରିବ। ନମନୀୟ ସହାୟକ ମୂଲ୍ୟ ଅନୁସାରେ ସ୍ତର ଓ କ୍ଷେତ୍ରର ଡିଜାଇନ୍ କରାଯାଇଛି ଯାହା ଶରୀର ଓଜନରେ ଆସୁଥିବା ପରିବର୍ତନର ଯତ୍ନ ନେଇପାରିବ।’
ରାଜ୍ୟ
ଗୋଦରେଜ୍ ଇଟେଂରିଓ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ପରିପ୍ରେକ୍ଷୀରେ ଆସନ୍ତା ୫ ବର୍ଷରେ ୨୦% ସିଏଜିଆର୍ ଅଭିବୃଦ୍ଧି ପାଇଁ ଯୋଜନା
- Hits: 315