ହେଡଲାଇନସ୍:

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଇଟଂରଆକ୍ଟିଭ୍ ହ୍ୱାଟସ୍‌ଆପ୍ ସେବାର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ହ୍ୱାଟସ୍‌ଆପ୍ ସେବା ଜରିଆରେ ଗ୍ରାହକ କୈନ୍ଦ୍ରୀକ ଅଭିଯାନ

  • ଗ୍ରାହକମାନଙ୍କ ଲାଗି ନିରନ୍ତର, ନିରବଚ୍ଛିନ୍ନ ଓ ଅନାୟାସ ଡିଜିଟାଲ୍ ସେବାକୁ ନିଶ୍ଚିତ କରିବା ଲକ୍ଷ୍ୟ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁୁ ଗ୍ରାହକମାନଙ୍କୁ ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଇଟଂରଆକ୍ଟିଭ୍ ହ୍ୱାଟସ୍‌ଆପ୍ ସେବାର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନଙ୍କ ସହଜତା ଓ ସୁବିଧା ପାଇଁ ଏହି ସେବା +୯୧-୭୭୭୭୦୦୨୩୭୫ ହ୍ୱାଟସ୍‌ଆପ୍ ନମ୍ବରରେ ଚବିଶ ଘଂଟା ଉପଲବ୍ଧ ରହିବ ।
ଇ-ବିଲ୍‌ର ନକଲ, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିର ପଞ୍ଜୀକରଣ, ବାସ୍ତବ ସମୟରେ ଅଭିଯୋଗ ପଞ୍ଜୀକରଣ ସମେତ ତାହାର ସଦ୍ୟତମ ସ୍ଥିତି (ଷ୍ଟାଟସ୍ ଅପ୍‌ଡେଟ୍‌) ବିଷୟରେ ଜାଣିବା ଭଳି ଗ୍ରାହକମାନଙ୍କ ପ୍ରଶ୍ନ ଓ ସମସ୍ୟାର ତ୍ୱରିତ ସମାଧାନ କରି ଏକ ସାମଗ୍ରିକ ଗ୍ରାହକ ଅନୁଭୁତି ପ୍ରଦାନ କରିବ । ଯେକୌଣସି ପଞ୍ଜୀକୃତ ଗ୍ରାହକ ତୁରନ୍ତ ଚଳନ୍ତି ମାସର ବିଲ୍ ଦେଖିପାରିବେ ଏବଂ ଡାଉନ୍‌ଲୋଡ୍ କରିପାରିବେ । ହ୍ୱାଟସ୍‌ଆପ୍ ସେବା ବ୍ୟତୀତ ଗ୍ରାହକମାନଙ୍କ ସମସ୍ୟା ଓ ପ୍ରଶ୍ନଗୁଡ଼ିକୁ ଟିପିଏସଓଡିଏଲ୍ ଦ୍ୱାରା ବାସ୍ତବ ସମୟରେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭ କିମ୍ବା୧୯୧୨ରେ କିମ୍ବା This email address is being protected from spambots. You need JavaScript enabled to view it.ରେ ସମାଧାନ କରାଯାଉଛି ।
“ହ୍ୱାଟସ୍‌ଆପ୍ ଇଟଂରଆକ୍ଟିଭ୍ ସେବା ଗ୍ରାହକ ସେବାରେ ବୈପ୍ଳବିକ ପରିବର୍ତନ ଆଣିବ ଓ କଂପାନି ଓ ଗ୍ରାହକଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବ । ଏକ ଦୁନିଆ ଯେଉଁଠାରେ ପ୍ରଯୁକ୍ତି ଦ୍ୱାରା ସେବା ପ୍ରଦାନ କରାଯାଉଛି, ଟିପିଏସ୍‌ଓଡିଏଲ୍ ଆମର ଗ୍ରାହକମାନଙ୍କୁ ସେମାନଙ୍କ ଆଙ୍ଗୁଠି ଟିପରେ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଆମର ବିଶ୍ୱାସ ରହିଛି ଯେ ଏହା ସେମାନଙ୍କୁ ଏକ ସାମଗ୍ରିକ ଅଂଶୀଦାର ଅନୁଭୂତି ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।

0
0
0
s2sdefault