ହେଡଲାଇନସ୍:

ଟାଟା ଷ୍ଟିଲ୍‌କୁ ଏହାର ନିରନ୍ତର ବିକାଶ ପ୍ରତି ଉଦ୍ୟମ ପାଇଁ ୱାର୍ଲଡ୍‌ଷ୍ଟିଲ୍ ର ନୂଆ ସଷ୍ଟେନେବିଲିଟି ଚାଟର୍ ସଦସ୍ୟ ଭାବେ ଚୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନିରନ୍ତର ବିକାଶ ଓ ଚକ୍ରାକାର ଅର୍ଥନୀତି ପ୍ରତି ଏହାର ଅଭିଯାନଗୁଡ଼ିକ ଓ ପ୍ରତିବଦ୍ଧତା ପାଇଁ ଟାଟା ଷ୍ଟିଲ୍‌କୁ ୱାର୍ଲଡ୍‌ଷ୍ଟିଲ୍‌ର ନୂଆ ସଷ୍ଟେନେବିଲିଟି ଚାଟର୍‌ର ସଦସ୍ୟ ଭାବେ ଚୟନ କରାଯାଇଛି ।
୨୦୨୨ ମାର୍ଚ୍ଚ ୩ରେ ଦି ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍ (ୱାର୍ଲଡ୍‌ଷ୍ଟିଲ୍‌) ଏହାର ସଂଶୋଧିତ ଓ ପରିବର୍ଦ୍ଧିତ ସଷ୍ଟେନେବଲ୍ ଚାଟର୍ ଜାରି କରିଛି । ଇସ୍ପାତ ଶିଳ୍ପର ନିରନ୍ତରତା ପ୍ରତି ବର୍ଦ୍ଧିତ ଧ୍ୟାନ ଏବଂ ପଦକ୍ଷେପ ଭିତିକ ଦର୍ଶନ ଓ ଲୋକ, ଗ୍ରହ ଏବଂ ସମାଜର ସମୃଦ୍ଧି ପ୍ରତି ଦାୟିତ୍ୱ ଏହି ନୂତନ ଚାଟର୍‌ରେ ପ୍ରତିଫଳିତ ହୋଇଛି । ନୂଆ ସଷ୍ଟେନେବଲିଟି ଚାଟର୍‌ରେ ୯ଟି ନୀତି ସହିତ ୨୦ ସହଯୋଗୀ ଯୋଗ୍ୟତା ରହିଛି ଯେଉଁଥିରେ ସାମିଲ ରହିଛି ପରିବେଶ, ସାମାଜିକ, ପ୍ରଶାସନ ଓ ନିରନ୍ତରର ଅର୍ଥନୈତିକ ଦିଗ । ଟାଟା ଷ୍ଟିଲ୍ ସମେତ ୩୯ ଜଣ ୱାର୍ଲଡ୍‌ଷ୍ଟିଲ୍ ସଦସ୍ୟ ପ୍ରମାଣ ଦର୍ଶାଇଛନ୍ତି ଯାହା ଏହି ସବୁ ମାନଦଣ୍ଡ ସହ ଖାପଖାଉଛି ଓ ସେମାନେ ଚାଟର୍‌ରେ ସ୍ୱାକ୍ଷର କରିଛନ୍ତି ଓ ତେଣୁ ସେମାନଙ୍କୁ ୩ ବର୍ଷ ପାଇଁ ଚାଟର୍‌ର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ।
ଟି ଭି ନରେନ୍ଦ୍ରନ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦେଶକ, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ୱାର୍ଲଡ୍ ଷ୍ଟିଲ୍‌ର ନୂଆ ସଷ୍ଟେନେବିଲିଟି ଚାଟର୍‌ର ସଦସ୍ୟ ହୋଇଥିବାରୁ ଟାଟା ଷ୍ଟିଲ୍ ଆନନ୍ଦିତ । ସଷ୍ଟେନେବିଲିଟିରେ ଶିଳ୍ପରେ ଅଗ୍ରଣୀ ରହିବା ଲକ୍ଷ୍ୟ ହାସଲ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଏହା ଦୋହରାଉଛି ।’’
ଏଡୱିନ୍ ବାସନ୍‌, ଡାଇରେକ୍ଟର ଜେନେରାଲ, ୱାଲର୍ଡ୍ ଷ୍ଟିଲ୍ କହିଛନ୍ତି ଯେ, “ସଷ୍ଟେନେବିଲିଟି ଏକ ବ୍ୟବସାୟ ଆବଶ୍ୟକତା ଏବଂ ସମସ୍ତ ଶିଳ୍ପ ପରିଚାଳନାର ଏକ ମୌଳିକ ଉପାଦାନ । ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବାନ କଂପାନିଗୁଡ଼ିକ ସେମାନଙ୍କ ଅଂଶୀଦାରମାନଙ୍କୁ କିଭଳି ସେମାନେ ପ୍ରଦର୍ଶନ କରୁଛନ୍ତି ଏବଂ କେଉଁ ଆଡ଼େ ଯାଉଛନ୍ତି ତାହାର ଜଣାଇବା ଦରକାର । ଏହି ଚାଟର୍ ରିଲିଜ୍ କରିବା ସହିତ ଇସ୍ପାତ ଶିଳ୍ପ ସଷ୍ଟେନେବିଲିଟି ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି ଏବଂ ଏକ ନିରନ୍ତର ସମାଜ ପ୍ରତି ଶିଳ୍ପର ଉନ୍ନତ ଉଦ୍ୟମ ଓ ପଦକ୍ଷେପକୁ ପ୍ରଦର୍ଶିତ କରିଛି ।’’
ଟାଟା ଷ୍ଟିଲ୍ ପକ୍ଷରୁ ବିଭିନ୍ନ ଘୋଷଣାନାମା ଜରିଆରେ ନିଜର ସଷ୍ଟେନେବିଲିଟି ପ୍ରଦର୍ଶନକୁ ସ୍ୱଚ୍ଛତାର ସହ ପ୍ରକାଶ କରାଯାଉଛି । ୨୦୦୧ ପରଠାରୁ ଗ୍ଲୋବାଲ୍ ରିପୋର୍ଟିଂ ଇନିସିଏଟିଭ୍ ଫ୍ରେମ୍‌ୱର୍କ ଅନୁସାରେ କଂପାନି ତାହାର ସଷ୍ଟେନେବିଲିଟି ରିପୋର୍ଟ ଜାରି କରୁଛି । ଡାଓ ଜୋନସ୍ ସଷ୍ଟେନେବିଲିଟି ସୂଚକାଙ୍କ ଟାଟା ଷ୍ଟିଲ୍‌କୁ ବିଶ୍ୱର ଶ୍ରେଷ୍ଠ ୧୦ ଇସ୍ପାତ କଂପାନି ମଧ୍ୟରେ ରେଟିଂ ପ୍ରଦାନ କରିଛି । କଂପାନି ହେଉଛି ୱାର୍ଲଡ୍‌ଷ୍ଟିଲ୍‌ର ନୂଆ ସଷ୍ଟେନେବିଲିଟି ଚାଟର୍‌ର ସ୍ୱାକ୍ଷରକାରୀ ଏବଂ କ୍ରମାଗତ ଚତୁର୍ଥ ଥର ଲାଗି ‘ସଷ୍ଟେନେବିଲିଟି ଚାମ୍ପିଆନ୍‌’ ମାନ୍ୟତା ହାସଲ କରିଛି ଏବଂ ସିଡିପିରେ ୨୦୨୧ ‘ସପ୍ଲାୟର୍ ଏନଗେଜ୍‌ମେଂଟ୍ ଲିଡର୍‌’ ଭାବେ ସାମିଲ ହୋଇଛି ଓ “ଏ” ରେଟ୍ ହାସଲ କରିଛି ।

0
0
0
s2sdefault