ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାରୋଟି ବ୍ଲକ ଯଥା-ଗୁମ୍ମା , ଗୋଷାଣୀ , କାଶୀନଗର ଓ ରାୟଗଡ଼ାର ସମସ୍ତ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତାଙ୍କୁ ନେଇ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ଅତିଥି ଓ ଅଂଶ ଗ୍ରହଣ କାରୀଙ୍କୁ ସ୍ବାଗତ ଜଣାଇ ଉକ୍ତ ତାଲିମ ଶିବିରର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ ।
ମୁଖ୍ୟ ଅତିଥି ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ସମସ୍ତଙ୍କର ସହଯୋଗ ଓ ପ୍ରତ୍ୟେକଟି ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ସଚେତନତା ମାଧ୍ୟମରେ ସମ୍ଭବ ହେଇପାରିବ ବୋଲି ଆଲୋକପାତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଶ୍ରୀମତୀ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ବାଲ୍ୟବିବାହ ଦ୍ବାରା ଝିଅ ଉପରେ ପଡୁଥିବା ମାନସିକ ଓ ଶାରୀରିକ କୁ-ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ ।
ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ହିରଣ୍ୟ କୁମାର ରାୟ ବାଲ୍ୟ ବିବାହକୁ ରୋକିବା ଦିଗରେ ଆଇନର ଦଣ୍ଡବିଧାନକୁ କଡାକଡି ଭାବରେ ପ୍ରଚଳନ କରିବାର ଆବଶ୍ୟକତା ରହିଛି ବୋଲି ପରିଭାଷଣ ରଖିଥିଲେ।
ଶ୍ରୀ ବାମଦେବ ସିଂ (ଅତିରିକ୍ତ ପୋଲିସ ଅଧ୍ୟକ୍ଷକ) ବାଲ୍ୟବିବାହ ଆଇନ-୨୦୦୬ ରେ ଥିବା ସମସ୍ତ ଦଣ୍ଡବିଧାନ ଉପରେ ଆଲୋକପାତ କରିଥିଲେ ।
ଶ୍ରୀମତୀ ଗୌରି ନାୟକ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ , ଗୋଷାଣୀ) ବାଲ୍ୟବିବାହକୁ ରୋକିବା ଦିଗରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଜଣାଇଥିଲେ।
ଏକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଜିଲ୍ଲାରେ / ରାଜ୍ୟ / ଦେଶରେ ବାଲ୍ୟବିବାହର ସ୍ଥିତି ବିଷୟରେ ଆଲୋକପାତ କରିଥିଲେ ଶ୍ରୀ ସାଇ ପ୍ରସାଦ ସାମଲ ସାଧନ କର୍ମୀ ବାଲ୍ୟବିବାହ ବିଷୟରେ ସମ୍ୟକ ଧାରଣ ଦେବା ସହ ବାଲ୍ୟବିବାହ ଆଇନ-୨୦୦୬ ବିଷୟରେ ଆଲୋକପାତ କରିଥିଲେ।
ପରିଶେଷରେ ଉପସ୍ଥିତ ଥିବା ଅଂଶଗ୍ରହଣ କାରୀ ମାନେ ସେମାନେ ନିଜ ନିଜର ଅନୁଭୂତି/ ସନ୍ଦେହ ପଚାରି ବୁଝିଥିଲେ ଓ ଶେଷରେ ଶ୍ରୀ-ସଂଯୁକ୍ତା ତ୍ରିପାଠୀ ଜିଲ୍ଲା ସଂଯୋଜକ UNFPA ତାଲିମ ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇ ତାଲିମକୁ ସମାପ୍ତ କରିଥିଲେ।
ଏହି କାର୍ଯ୍ୟ କ୍ରମରେ ୭୨ ଜଣ ସମସ୍ତ ଧର୍ମର ଧାର୍ମିକ ନେତା , ପୁରୋହିତ ଓ ବିଭିନ୍ନ ଜାତିର ନେତା ଯୋଗଦାନ କରିଥିଲେ।
ରାଜ୍ୟ
ବାଲ୍ୟବିବାହକୁ ରୋକିବା ନିମନ୍ତେ ପୁରୋହିତ, ଧାର୍ମିକ ନେତା ଓ ବିଭିନ୍ନ ଜାତିର ନେତୃତ୍ବଙ୍କୁ ନେଇ ଏକ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ ଶିବିର
- Hits: 440