ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ମୁଖ୍ୟ କରି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ , ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ଓ ଖାଦ୍ୟ ସୁରକ୍ଷାକୁ ନେଇ ଏହି ବୈଠକ ହୋଇଥିଲା । ଜିଲ୍ଲାରେ ତମାଖୁ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚେତନତା କରାଯିବା ସହ ପ୍ରତ୍ୟେକ ବିଦ୍ୟାଳୟ ପରିସର ଠାରୁ ୨୦୦ମିଟର ପରିଧି ମଧ୍ୟରେ ତମାଖୁ ଜନିତ ସାମଗ୍ରୀ ବିକ୍ରି କରିବା ନିଷେଧ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।
ସେହିପରି ଜିଲ୍ଲାରେ ଭେଜାଲ ଖାଦ୍ୟ ସାମଗ୍ରୀ ଯଥା ଫାଷ୍ଟଫୁଡ୍‌, ହୋଟେଲ ଆଦିରେ ଚଢଉ କରାଯାଇ ଖାଦ୍ୟ ଯାଞ୍ଚ କରାଯିବା ସହ ସେଗୁଡିକ ପରୀକ୍ଷଣ ପାଇଁ ପଠାଯିବ । ଯଦି ଓ ଏଥିରେ ନିମ୍ନ ତଥା ଭେଜାଲ ଖାଦ୍ୟ ଜଣାଡିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାରଳାଖେମୁଣ୍ଡି ସହରରେ ଫୁଡ୍ ହବ ତଥା ଭେଣ୍ଡିଂ ଜୋନ କରିବା ପାଇଁ ସରକାରଙ୍କୁ ସ୍ଥାନ ମଗାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବାର ଜଣାପଡିଛି ।
ଅନ୍ୟପକ୍ଷରେ ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା କରାଯିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ଏହି ବର୍ଜ୍ୟବସ୍ତୁକୁ ବ୍ରହ୍ମପୁର ସହରକୁ ସ୍ଥାନାନ୍ତରିତ କରିବାକୁ ପଡୁଛି । ଯାହାକି ଅତ୍ୟନ୍ତ ଖର୍ଚ୍ଚାନ୍ତ ଓ ସମୟ ଅତିକ୍ରାନ୍ତ ହେଉଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault