ଭୁବନେଶ୍ୱର : ପ୍ରତିବର୍ଷ ତା ବିବାହ ବାର୍ଷିକୀ ପାଳନ କରନ୍ତି , କେବେ କେକ କାଟି, ତ କେବେ ରକ୍ତଦାନ କରି ବା ଗରିବ ଅସହାୟଙ୍କ ଗହଣରେ | ହେଲେ କୋଡିଏତମ ବିବାହ ବାର୍ଷିକୀକୁ ପାଇକରାୟ ଦମ୍ପତ୍ତି ସ୍ମରଣୀୟ କରି ଗଢି ତୋଳିଛନ୍ତି ନିଜ ନିଜ ଅଙ୍ଗଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ | ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ତଥା ଜଣାଶୁଣା ସମାଜସେବୀ ସଂଗ୍ରାମ ପାଇକରାୟ ଓ ତାଙ୍କ ଧର୍ମପତ୍ନୀ ମମତା ପାଇକରାୟ ବିବାହ ବାର୍ଷିକର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଆଜି ଓଡିଶା ମୋ ପରିବାର କାର୍ଯ୍ୟାଳୟକୁ ଯାଇ ସେଠାରେ ଉଭୟେ ଅଙ୍ଗଦାନ ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି । ଓଡିଶା ମୋ ପରିବାର କାର୍ଯ୍ୟାଳୟରେ ପାଇକରାୟ ଦମ୍ପତ୍ତିଙ୍କ ବିବାହବାର୍ଷିକୀ ପାଳନ କେକ କାଟି କରାଯାଇଥିଲା | ସମସ୍ତେ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ଅଙ୍ଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବା ଯୋଗୁ ଧନ୍ୟବାଦ ଜଣାଇଥିଲେ |ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ, ରୁଦ୍ର ସାମନ୍ତରାୟ, ଚିତ୍ତ ରଂଜନ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |