ଭୁଶୁଡିଲା ଛତ୍ରବଜାର ପୁରୁଣା ବ୍ରିଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ : କଟକରେ ଘଟିଛି ଅଘଟଣ । ଭୁଶୁଡ଼ିଲା ଛତ୍ରବଜାର ପୁରୁଣା ବ୍ରିଜ । ଭୁଷୁଡ଼ା ବ୍ରିଜ ତଳେ ଫସିଯାଇଛନ୍ତି କିଛି ଲୋକ । ଅଘଟଣ ଘଟିବ ମାତ୍ରକେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ପରିବା ବ୍ୟବସାୟୀଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଛି । କଟକ ଡିସିପି ପ୍ରତୀକ ସିଂ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସିଏମସି ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୨ଟି ପ୍ରୋକଲିନ ଲାଗିଛି । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

0
0
0
s2sdefault