ଭୁବନେଶ୍ୱର: ଜାମ୍ସେଦ୍ଜୀ ନୁସେର୍ୱାନ୍ଜୀ ଟାଟାଙ୍କ ୧୮୩ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗନଗର କାରଖାନାରେ ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି ।
ସଂପ୍ରତି କୋଭିଡ୍-୧୯ ସ୍ଥିତିକୁ ନଜରରେ ରଖି, ସୀମିତ ସଂଖ୍ୟକ କର୍ମଚାରୀ କୋଭିଡ୍ ଗାଇଡ୍ଲାଇନ୍କୁ ପାଳନ କରି ଏକ ଶୋଭାଯାତ୍ରା ବାହାରିବାଠାରୁ ଦିନର ଆରମ୍ଭ ହୋଇଥିଲା । ପ୍ରୋଜେକ୍ଟ ଅଫିସରୁ ସେହି ଶୋଭାଯାତ୍ରା ଆରମ୍ଭ ହୋଇ ଟିଏସ୍କେ କେନ୍ଦ୍ରରେ ଶେଷ ହୋଇଥିଲା ଯେଉଁଠାରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ନେତୃତ୍ୱ ଅନ୍ୟ କର୍ମଚାରୀମାନଙ୍କ ସହ ମିଶି ଜେ ଏନ୍ ଟାଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଜାମ୍ସେଦ୍ଜୀ ନୁସେର୍ୱାନ୍ଜୀ ଟାଟା (ମାର୍ଚ ୩, ୧୮୩୯-ମେ’ ୧୯, ୧୯୦୪) ହେଉଛନ୍ତି ଜଣେ ଅଗ୍ରଗ୍ରାମୀ ଶିଳ୍ପପତି ଯିଏ ଟାଟା ଗ୍ରୁପ୍ ସ୍ଥାପନ କରିଥିଲେ । ତାଙ୍କୁ ‘ଭାରତୀୟ ଶିଳ୍ପର ଜନକ’ ବୋଲି କୁହାଯାଏ । ତାଙ୍କ ଦୃଷ୍ଟିକୋଣ ଭାରତରେ ଇସ୍ପାତ ଓ ଶକ୍ତି ଶିଳ୍ପକୁ ଅନୁପ୍ରାଣିତ କରିିଥିଲା, ବୈଷୟିକ ଶିକ୍ଷାର ମୂଳଦୁଆ ପଡ଼ିଥିଲା ଏବଂ ଶିଳ୍ପୋନ୍ନତ ଦେଶଗୁଡ଼ିକ ମଧ୍ୟରେ ଦେଶର ର୍ୟାଙ୍କ୍ ବଢ଼ାଇବାରେ ସହାୟକ ହୋଇଥିଲା ।
ରାଜ୍ୟ
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୩ତମ ପ୍ରତିଷ୍ଠାତା ଦିବସ ପାଳିତ
- Hits: 396