ହେଡଲାଇନସ୍:

“ଅlଜୁ ଗୁଲେ କୁଇ ଦିନା ଲୋକୁ ତାଶୁ, କାହେ ଡ଼ାଈ ମାନ୍ଦେ ମାନେ ଡେରି ଡାଟା” : ସ୍ବର୍ଗତଃ ହେମନ୍ତ ନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆମେ ସମସ୍ତେ କୁଇ ରାଇଜ ଲୋକ ମାନେ, ପୂର୍ବରୁ ଆମର ଭିତରେ ବହୁତ ବଡ ଶକ୍ତି  ଅଛି 

କନ୍ଧମାଳ / ଗଗନ କୁମାର ପ୍ରଧାନ : ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକ ଥିଲେ  କୁଇଦିନାର ବୈପ୍ଲବୀ ସମାଜସେବୀ l ଅନେକ ସମୟରେ ତାଙ୍କ ବିପ୍ଳବ ଆଗରେ ମୁଣ୍ଡ ନୂଆଉଥିଲେ ପ୍ରଶାସନ l କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ନୂଆ ସହି ଠାରେ ୦୧.୦୭.୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ l  ସମାଜସେବୀ  ସ୍ବର୍ଗତଃ ହେମନ୍ତ ନାୟକଙ୍କର ଜୀବନ ଅତି ସଂଘର୍ଷ ପୁର୍ଣ ଥିଲେ ମଧ୍ୟ କୁଇଦିନl ନିଜ ମା ମାଟିର ସୁରକ୍ଷା ଓ ଅଂଚଳର କୁଇ ଭାଷାଭାଷୀଙ୍କ ଅଧିକାର ପାଇଁ ଅହରହ ଲଢେଇ କରୁଥିଲେ “ଅlଜୁ ଗୁଲେ କୁଇ ଦିନା ଲୋକୁ ତାଶୁ, କାହେ ଡ଼ାଈ ମାନ୍ଦେ ମାନେ ଡେରି ଡାଟା” ଚିନ୍ତାଧାରା ରେ କୁଇ ଦିନାର ଉନ୍ନତି  ଚିନ୍ତାଧାରାକୁ ନେଇ ଆଗକୁ ବଢି଼ଥାନ୍ତି ସ୍ବର୍ଗତଃ ହେମନ୍ତ ନାୟକ l ୧୯୮୦ ମସିହା ଠାରୁ ସମାଜ ସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ l ତାଙ୍କରି ସାମାଜିକ ବିକାଶ ଚିନ୍ତା ଧାରା ପାଇଁ ଅନେକ ସମୟରେ କୁଇ ଦିନl ଅବହେଳିତ ଯୋଜନାକୁ ବିରୋଧ କରି ଜ଼ିଲ୍ଲା ପ୍ରଶାସନକୁ ଅଡୁଆରେ ପକେଇଥାନ୍ତି l ଦିବାରାତ୍ର ସେ କୁଇଦିନl ରେ ବସବାସ କରୁଥିବା ଗରିବ ଅବହେଳିତ କୁଇ ଭାଷାଭାଷୀ  ଖଟିଖିଆଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲଢେଇ କରୁଥିଲେ l କୁଇଦିନାରେ ବସବାସ କରୁଥିବା ସମସ୍ତ କୁଇଭାଷାଭାଷୀଙ୍କ ମଧ୍ୟରେ ପୁଞ୍ଜିପତିଙ୍କ ପାଇଁ ଯେପରି ମତାନ୍ତର ନ ଘଟେ ସେଇଥିପାଇଁ ସଦାସର୍ବଦା ଭାଇଚାରା ବଜାଇ ରଖିବା ପାଇଁ ଅଂଚଳ ବlସିଙ୍କୁ ଏକଜୁଟ କରୁଥିଲେ l କୁଇଭାଷାକୁ ମାତୃଭାଷାର ମାନ୍ୟତା ଦେଇ କୁଇ ଦିନାର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ପଢେଇବା ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ପଦକ୍ଷେପ ନେଇ ପ୍ରୋତ୍ସାହନ  ଦେଇଥିଲେ l କେବଳ ଏତିକି ନୁହେଁ “ଗସl ଦିନା ମାନ୍ଦେ ଦିନା ଆଜୁ ଗୁଲେ କୁଇ ଦିନା ଲୋକୁ ତାଶୁ” ଜଙ୍ଗଲ ଅଧିକାର, ଜମିଅଧିକାର, ମାନବିକ ଅଧିକାର, ଶିଶୁ ଅଧିକାର, ମଦବିରୋଧୀ ଆନ୍ଦୋଳନ, ସିକଲସେଲ ଓ ଥାଲାସେମିଆ ରୋଗୀଙ୍କୁ ସରକାରୀ ପ୍ରୋତ୍ସାହନ  ପାଇଁ ଆନ୍ଦୋଳନ ଅହରହ ଜ଼lରି ରଖିଥିଲେ l ହେଲେ ଗତ ୨୫.୦୭.୨୦୧୮ ସକାଳେ ଭୁବନେଶ୍ୱରସ୍ଥିତ  ଆୟୋଜିତ ମାନବ ଅଧିକାର ସଭାରେ ଯୋଗ ଦେବାକୁ ଯାଇଥିଲେ l ଏହିସମୟରେ ହଠାତ  ତାଙ୍କ ମୃତ୍ୟୁ ଘଟିଥିଲା l ଯାହାକି କୁଇଦିନା ବା କନ୍ଧମାଳର କୁଇ ଭାଷାଭାଷୀ ଭୁଲି ପାରୁନାହାନ୍ତି l ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକ ସଦାସର୍ବଦା ସମାଜର ଆର୍ଥିକ ଓ ସାମାଜିକ ବିଷମତାକୁ ବିରୋଧ କରୁଥିଲେ l କୁଇଦିନାର ଏକତା ସଂସ୍କୃତି ଓ ଭାଷାକୁ ସୁରକ୍ଷା ଦେବା ନିମନ୍ତେ ଅତି ନିଆରl ଓ ପାରମ୍ପରିକ ଢଙ୍ଗରେ ବିପ୍ଳବ କରି ପ୍ରଶାସନ ନିଦ ହଜେଇଦଉଥିଲେ l କୁଇଦିନାରେ ସଚେତନତା ଏକତା ଆଣିବା ପାଇଁ କୁଇ କବିତା ଓ ପୁସ୍ତକ ମଧ୍ୟ ରଚନା କରୁଥିଲେ l ସେଗୁଡିକ ହେଲା ଗାଡି ଏସି ଏସି ସାନl (ପୁସ୍ତକ), ନାଇଁ ପୁନି ପୁତି (ପୁସ୍ତକ) ତାରକାଲ ଗିନା (ପୁସ୍ତକ) ଇତ୍ୟାଦି ପୁସ୍ତକ ରଚନା କରି ବହୁ ଲୋକପ୍ରିୟତା ହାସଲ କରିଥିଲେ l ଗତ ୧୯୯୮,୨୦୦୭ ଓ ୨୦୦୮ କନ୍ଧମାଳ ରେ ହୋଇଥିବା ଦଙ୍ଗାରେ  ଭାଇଚାରା ସୃଷ୍ଟି କରିବାରେ ସ୍ବର୍ଗତଃ ହେମନ୍ତ ନାୟକଙ୍କର ମୁଖ୍ୟ ଭୂମିକା ଥିଲା l କୁଇଦିନାର ଯୁବ ଶକ୍ତିର ବିକାଶ କ୍ଷେତ୍ରରେ ବହୁବର୍ଷ ପୂର୍ବେ ଘୁ.ଉଦୟଗିରି ଠାରେ ପାହାଡି କ୍ଲୁବ ସ୍ଥାପନ କରି ସୁଦର ସ୍ୱାସ୍ଥ୍ୟ ଓ ଶରୀର ବିକାଶ ନିମନ୍ତେ ଯୁବ ଶକ୍ତିକୁ ଉତ୍ସାହିତ କରି ବେଶ ସୁନାମ ଅର୍ଜନ କରିଥିଲେ l ସ୍ବର୍ଗତଃ ହେମନ୍ତ ନାୟକ କୁଇଦିନା ବା କନ୍ଧମାଳରେ ବସବାସ କରୁଥିବା କୁଇ ଭାଷାଭାଷୀ ସମସ୍ତେ ଏକ ହୋଇ ନିଜ ମୌଳିକ ଅଧିକାର ଓ ଅନ୍ୟାୟ ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବା ପାଇଁ ସଦାବେଳେ ଆହ୍ୱାନ କରୁଥିଲେ l ନିଷ୍ଠାପର ସମାଜସେବା ପାଇଁ ସ୍ବର୍ଗତଃ ହେମନ୍ତ ନାୟକ ଅନେକ ସମୟରେ ପୁରସ୍କୃତ ମଧ୍ୟ ହେlଇଥିଲେ l ତାଙ୍କ ବିୟୋଗରେ ଏହି ସବୁ ଅବଦାନକୁ ମନେ ପକେଇ ଝୁରି ପଡୁଛନ୍ତି କୁଇ ଭାଷାଭାଷୀ ଜନସାଧାରଣ, ତାଙ୍କରି ଵିୟୋଗକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି କି ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି ........

ଏମାନେ କଣ କୁହନ୍ତି :- 

ଜାକବ ପ୍ରଧାନ (ବିଧାୟକ ଘୁ.ଉଦୟଗିରି) : ସ୍ବର୍ଗତଃ ହେମନ୍ତ ନାୟକ ଥିଲେ ଜଣେ କନ୍ଧମାଳର ସଂଗ୍ରାମୀ ସନ୍ତାନ l ସଦାସର୍ବଦା କନ୍ଧମାଳ ବାସୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ନ୍ୟାୟ ପାଇବାପାଇଁ ସଂଗ୍ରାମ କରୁଥିଲେ ଓ ଜାରି ରଖିଥିଲେ l ତାଙ୍କ ବିୟୋଗରେ ମୁ ବ୍ୟକ୍ତିଗତ ଭାବେ ବହୁତ ଦୁଖିତ l ଏହି ଦୁଃଖଦ ଘଟଣାରେ କନ୍ଧମାଳର ବହୁତ ଅପୁରଣିୟ କ୍ଷତି ଘଟିଛି l

ବିଦ୍ୟାଧର ମଲିକ (ସମାଜସେବୀ) : ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକଙ୍କ ଦେହାନ୍ତ ସମଗ୍ର କନ୍ଧମାଳର କୁଇ ଭାଷାଭାଷୀଙ୍କ ପାଇଁ ଏକ ବଡ କ୍ଷତି ଘଟାଇଛି l ମୁଁ ତାଙ୍କ ସହିତ ଅନେକ ସମୟରେ ସମାଜର ଉନ୍ନତି ମୂଳକ କାମରେ ସାମିଲ ହୋଇ ସେବା କରିବାରେ ସୁଯୋଗ ପାଇଛି l ତାଙ୍କରି ନିଷ୍ଠା ଏକ ଅନନ୍ୟ l କନ୍ଧମାଳବାସୀ  ଜଣେ ନିର୍ଭିକ ନିଷ୍ଠାପର ସଂଗ୍ରାମୀଙ୍କୁ ହରେଇଛନ୍ତି l

ଦେବେନ୍ଦ୍ର ନାୟକ (ସମାଜସେବୀ): ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକ ମୋ ପାଇଁ ଜଣେ ଆଦର୍ଶ ଥିଲେ l ତାଙ୍କ ଆଦର୍ଶ ଓ ନିଷ୍ଠାପର ସମାଜସେବାରେ ଅନୁପ୍ରାଣିତ ହୋଇ, ମୁଁ ନିଜକୁ ସମାଜସେବା ରେ ଉତ୍ସର୍ଗ କରିଅଛି l ତାଙ୍କରି ବିୟୋଗରେ କୁଇଦିନା ର ଅପୂରଣୀୟ  କ୍ଷତି ଘଟିଛି l

କେସମତି ପ୍ରଧାନ (ନାରୀନେତ୍ରୀ) : ସ୍ବର୍ଗତଃ ହେମନ୍ତ ନାୟକ ଜଣେ ନିଷ୍ଠାପର ଉତ୍ସାର୍ଗିକୃତ ସମାଜସେବୀ ଥିଲେ l ମୁଁ ୨୦ ବର୍ଷ ରୁ ଅଧିକ ହେବ ପ୍ରତି ମୁହୂର୍ତରେ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କ ସହ ସାମିଲ ହୋଇ କାମ କରିଅଛି l ତାଙ୍କରି ବିୟୋଗ ମୋ ବ୍ୟକ୍ତିଗତ ଜୀବନ ଓ କୁଇ ଦିନା ପାଇଁ ବଡ କ୍ଷତି ପହଁଞ୍ଚାଇଛି l

ଗଗନ କୁମାର ପ୍ରଧାନ (ସାମ୍ବାଦିକ): ସ୍ବର୍ଗତଃ ହେମନ୍ତ ନାୟକ କୁଇ ଦିନା ବା କନ୍ଧମାଳର ବିପ୍ଲବୀ ସନ୍ତାନ ଥିଲେ l ତାଙ୍କର ପାର୍ଥୀବ  ଶରୀର ଚାଲିଯାଇଥିଲେ ମଧ୍ୟ ତାଙ୍କରି ବୈପ୍ଲବିକ ଚିନ୍ତାଧାରା ବଞ୍ଚିରହିଛି ଓ ବଞ୍ଚିରହିବ l ଏହି ଚିନ୍ତଧାରlକୁ ନେଇ ଆଜିକାର ଯୁବପିଡ଼ି କୁଇଦିନାର କଲ୍ୟାଣ ନିମନ୍ତେ ଆଗକୁ ବଢିବାର ଆବଶ୍ୟକତା ରହିଅଛି l ତାଙ୍କର ବିୟୋଗରେ ମୁଁ ମର୍ମାହତ l ଏହି ଦୁଃଖଦ ଘଟଣା କୁଇଦିନାରେ ଏକ ବଡ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି l

ଏମଡି. ଜିଆଉଦ୍ଦିନ  (ସମାଜସେବୀ) : ସ୍ବର୍ଗତଃ ହେମନ୍ତ ନାୟକ ଥିଲେ ଜଣେ ନିଷ୍ଠାପର ସମାଜସେବୀ l ସେ ନିଜ ପରିବାର କଥା ଚିନ୍ତାନକରି କୁଇ ଦିନାର ଜନସାଧାରଣଙ୍କ ନିମନ୍ତେ ଚିନ୍ତା କରୁଥିଲେ l ତାଙ୍କ ବିୟୋଗରେ ମୁଁ  ଅତ୍ୟନ୍ତ ଦୁଃଖିତ l

ବିଦୂଷ ଭୂଷଣ ନାୟକ (ଯୁବନେତା): ସମାଜସେବୀ ସ୍ବର୍ଗତଃ ହେମନ୍ତ ନାୟକ ଥିଲେ ଯୁବ ସମାଜ ପାଇଁ ଏକ ପ୍ରେରଣା l ଅନେକ ସମୟରେ କୁଇଦିନାର କୁଇ ଭାଷାଭାଷୀଙ୍କ ଉର୍ନତି ନିମନ୍ତେ ଯୁବ ଶକ୍ତିର ବିକାଶ ପାଇଁ ଏକାନ୍ତ ଚେଷ୍ଟା କରୁଥିଲେ l ତାଙ୍କର ଦେହାନ୍ତ କନ୍ଧମାଳ ପାଇଁ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି l ତାଙ୍କରି ଚିନ୍ତାଧାରା କୁ ନେଇ କୁଇଦିନାର ବିକାଶ ନିମନ୍ତେ ଯୁବ ସମାଜକୁ ସ୍ବର୍ଗତଃ ହେମନ୍ତ ନାୟକଙ୍କ ଚିନ୍ତା ରେ ଅନୁପ୍ରାଣିତ ହୋଇ ଆଗକୁ ଯିବା ନିମନ୍ତେ ବିନମ୍ର ଅନୁରୋଧ |

 

 

 

0
0
0
s2sdefault