ହେଡଲାଇନସ୍:

ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କସ ଆସୋସିଏସନ ତରଫରୁ ଦାବିପତ୍ର ପ୍ରଦାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଖାଦ୍ୟ ତାଲିକାକୁ ହିସାବ କରି ବଜାର ଦର ଅନୁସାରେ ମୂଲ୍ୟ ବୃଦ୍ଧି କରିବା ଦାବି

ରାୟଗଡା(Saroj Sahoo): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କସ ଆସୋସିଏସନର ଜିଲ୍ଳା ସଭାନେତ୍ରୀ  ଜୟନ୍ତି ପଦ୍ମାଳୟା  ,ସମ୍ପାଦିକା ଉଷାରାଣୀ ଦାସଙ୍କ ନେତୃତ୍ୱରେ  ସଂଘର ପ୍ରତିନିଧି ଦଳ ସୋମବାର ଅପରାହ୍ନରେ  ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀଙ୍କ କାର୍ଯ୍ୟାଳୟକୁ ଯିବା ପରେ ସେଠାରୁ ସମ୍ମନିତ ଶିଶୁ ବିକାଶ ଅଧିକାରିଣୀଙ୍କ କାର୍ଯ୍ୟାଳୟରେ ପଂହଚି ରାଜ୍ୟ ସଂଘର ନିଷ୍ପତି କ୍ରମେ ଅଙ୍ଗନୱାଡି କେନ୍ଦ୍ରରେ ରନ୍ଧା ଖାଦ୍ୟ ଓ ବଂଟନ ଖାଦ୍ୟ ପରିଚାଳନା ପାଇଁ ଜୁଲାଇ ୧୫ତାରିଖରୁ ସରକାର ନିଷ୍ପତି ନେଇଛନ୍ତି । ପନିପରିବା,ଅଣ୍ଡା,ଜାଳେଣୀ କାଠ,ତେଲ ଇତ୍ୟାଦି ସାମଗ୍ରୀର ବଜାର ଦରବୃଦ୍ଧି ହୋଇଥିଲେ ମଧ୍ୟ ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି । ତେଣୁ ସଂଘ ଏଥିପ୍ରତି ଅସନ୍ତୋଷ ଦେଖାଇ ଆଗାମୀ ୧୫ଦିନ ମଧ୍ୟରେ  ସମସ୍ୟାର ସମାଧାନ କରାନଗଲେ ରାଜ୍ୟ ସଂଘର ନିଷ୍ପତି କ୍ରମେ ଆନ୍ଦୋଳନାତ୍ମକ  ପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ସଂଘର ନିଷ୍ପତିକୁ ସମର୍ଥନ କରି ଏକ ଲିଖିତ ଅଭିଯୋଗ ପତ୍ର ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ  କିରାଣୀ ନିିର୍ମଳ ସାହୁଙ୍କୁ ପ୍ରଦାନ କରାଯାଇଛି । ସେହିପରି ଖାଦ୍ୟ ତାଲିକାକୁ ହିସାବ କରି ବଜାର ଦର ଅନୁସାରେ ମୂଲ୍ୟ ବୃଦ୍ଧି କରିବା,ଜାଳେଣୀ କାଠ,ଇନ୍ଧନ ଗ୍ୟାସ, ଯୋଗାଇ ଦେବା ମୂଲ୍ୟ ବୃଦ୍ଧି ନ ହେବା ପର୍ଯ୍ୟନ୍ତ ପୁରୁଣା ତାଲିକା ଅନୁଯାୟୀ ଖାଦ୍ୟ ଦେବା ପାଇଁ ନିଷ୍ପତି ନିଆଯିବାକୁ  ସଂଘ ପକ୍ଷରୁ ଦାବି କରାଯାଇଛି । ଏବଂ ମହାମହୀମ  ରାଜ୍ୟପାଳ,ମାନ୍ୟବର ମୁଖ୍ୟମନ୍ତ୍ରୀ,ଶିଶୁ ବିକାଶ ବିଭାଗ,ମିଶନ ଶକ୍ତି,ବିଭାଗ ସଚିବ ଓ ଜିଲ୍ଳାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ବିଏମଏସର ରାୟଗଡା ଜିଲ୍ଳା ସଭାପତି ଯୋଗେଶ୍ୱର ଦାସ ସୂଚନା ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ରାୟଗଡା ବ୍ଳକ ସଭାନେତ୍ରୀ  ଅମ୍ବିକା ନିଲଗିରି,ସଂପାଦିକା  କେ.ନିଳାଦରୀ ,ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତା ଉଲ୍ଳାକା,ସବିତା ନନ୍ଦ, ବିଜୟଲକ୍ଷ୍ମୀ ସେନାପତି,ସୁନିଲ ତାଣ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

 

 

 

0
0
0
s2sdefault