ହେଡଲାଇନସ୍:

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ବ୍ୟୁରୋ  ଚିଫ୍, ଜୟଶଙ୍କର ଦାଶ) : ଯାଜପୁର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଅଗଷ୍ଟ ୩ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଯାଜପୁର ସହରସ୍ଥିତ ଜିଲ୍ଲା ସ୍କୁଲଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ  ହେବ ।  ପ୍ରଥମ ଶ୍ରେଣୀଠାରୁ ମହାବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଂଗୀତ, ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ଓ ଷଷ୍ଠ ଶ୍ରେଣୀ ଠାରୁ ମହାବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ  ହେବ ।  ପ୍ରତିଯୋଗିତା ଆରମ୍ଭର ଏକ ଘଣ୍ଟା ପୂର୍ବରୁ ବିଷୟବସ୍ତୁ ଜଣାଇ ଦିଆଯିବ ।  ଏହି ପ୍ରତିଯୋଗିତାର ସମସ୍ତ ବିଭାଗର ଶ୍ରେଷ୍ଠ  ୩ ଜଣ ପ୍ରତିଯୋଗୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ସ୍କୁଲପଡିଆଠାରେ ଅନୁଷ୍ଠିତ  ଉତ୍ସବରେ ପୁରସ୍କୃତ କରାଯିବ ।  ସେହିପରି ୪ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସଂସ୍କୃତି ଭବନଠାରେ ଦେଶାତ୍ମବୋଧ ସମ୍ୱଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ  ହେବ ।  ସର୍ବାଧିକ ୫ ଟି ଶିକ୍ଷାନୁଷ୍ଠାନ  ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ସ୍କୁଲପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର ବ୍ୟବସ୍ଥା କରାଯାଇଛି । ଶୋଭନୀୟ ଶିକ୍ଷାଶ୍ରମଙ୍କ ବ୍ୟତୀତ ଅନ୍ୟ ୪ଟି ଶିକ୍ଷାନୁଷ୍ଠାନର ଦକ୍ଷତା ଅନୁସାରେ ଚୟନ କରାଯିବ । ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଓ ପ୍ୟାରେଡରେ ଅଂଶଗ୍ରହଣ ପାଇଁ  ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷର ଓ ସିଲ୍ ଥିବା ନାମ ତାଲିକା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟଠାରେ ଅଗଷ୍ଟ ୧ ତାରିଖ ସୁଦ୍ଧା ପହଞ୍ଚିବା ଜରୁରୀ । ଏହି ତାରିଖ ପରେ ଆସୁଥିବା ତାଲିକାକୁ ବିଚାର କରାଯିବ ନାହିଁ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି ।

0
0
0
s2sdefault