ହେଡଲାଇନସ୍:

ମାଓବାଦୀଙ୍କ ଶହୀଦ ସପ୍ତାହର ତୃତୀୟ ଦିନ : ପାର୍ସାଲିରେ ମାଓ ବ୍ୟାନର ଓ ପୋଷ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଓ ସଂଗଠନରେ ସାମିଲ ହେବାକୁ ଯୁବକଯୁବତୀଙ୍କୁ ଆହ୍ୱାନ

ରାୟଗଡା/ ସରୋଜ ସାହୁ 

ଶତ୍ରୁଠାରେ ଆତ୍ମ ସମର୍ପଣ କରିବା ଠାରୁ ଆତ୍ମହତ୍ୟା କରିବା ଭଲ |  ଶତ୍ରୁ ପାଇଁ ଜୀବନ ଦେବା ଏକ ପକ୍ଷୀର ପର ଠାରୁ ହାଲକା, ମାତ୍ର ଗରିବ ଲୋକ ପାଇଁ ଜୀବନ ଦେବା ହିମାଳୟ ପର୍ବତ ଠାରୁ ଓଜନିଆ | ସହିଦ ମାନେ ମୃତ୍ୟୁଞ୍ଜୟୀ .....ଇତ୍ୟାଦି ଇତ୍ୟାଦି | ଏଭଳି ଅନେକ ପ୍ରଭୋକେଟିଭ ସ୍ଲୋଗାନ ଲେଖି ମରାଯାଇଛି ମାଓ ପ୍ରଚାରପତ୍ର ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ | 

 ଜୁଲାଇ ୨୮ରୁ ଆସନ୍ତା ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବା ବେଳେ ଆଜି ତୃତୀୟ ଦିନରେ କଲ୍ୟାଣସିଂହପୁର ବ୍ଳକର ପାର୍ସାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବଗଛରେ ଗୋଟିଏ ବ୍ୟାନର ଓ ପଂଚାୟତ ଗୋଦାମ ଏବଂ ଡିକେଡିଏ କାର୍ଯ୍ୟାଳୟ ପାଚେରୀରେ ଗୋଟିଏ ମାଓ ପୋଷ୍ଟର  ବାଶଧାରା –ଘୁମସର -ନାଗାବଳୀ ଡିଭିଜନ କମିଟି ସିପିଆଇ ମାଓ ସଂଗଠନ ପକ୍ଷରୁ ଲଗାଯାଇଛି । ଏଥିରେ ଶହିଦ ସପ୍ତାହକୁ ଗାଁ ଗାଁ ରେ ପାଳନ କରିବା ସହ ଶହୀଦଙ୍କ ଅଧୁରା ସ୍ୱପ୍ନକୁ  ପୂରଣ କରିବା ପାଇଁ ବହୁ ସଂଖ୍ୟାରେ ନୈାଯୁବକଯୁବତୀମାନେ ପିଏଲଜିଏ ମାଓ ସଂଗଠନରେ ଯୋଗ ଦେବା ପାଇଁ ଉଲ୍ଳେଖ କରାଯାଇଥିବା ବେଳେ ବାଦଲ,ସଂଜୟ ଭିମା,ରାକେଶ,ରାଧା,ସିଲା ଭଳି ମାଓନେତା ଶହୀଦ ହୋଇଥିବାରୁ ତାଙ୍କୁ ସଲାମ ବୋଲି ଲେଖାହୋଇଛି । କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପଂହଚି ସମସ୍ତ ମାଓ ପୋଷ୍ଟର ଓ ବ୍ୟାନର ଉଦ୍ଧାର କରିଛନ୍ତି । ନିୟମଗିରି ପାହାଡର ଦୁର୍ଗମ ଅଂଚଳର ପାର୍ସାଲି ଠାରେ ଅନେକ ସମୟରେ ମାଓବାଦୀମାନେ ଏପରି ବ୍ୟାନର ଓ ପୋଷ୍ଟର ଲଗାଉଥିବାରୁ ସ୍ଥାନୀୟ ଅଂଚଳରେ ସବୁବେଳେ ଏକ ଭୟର ବାତାବରଣରେ ନିରୀହ ଡଙ୍ଗରିଆ କନ୍ଧ ସଂପ୍ରଦାୟର ଆଦିବାସୀମାନେ ଜୀବନ କାଟୁଛନ୍ତି । ପ୍ରକାଶ ଥାଉ କି ଶହୀଦ ଦିବସ ପାଳନର ପ୍ରଥମ ଦିନରେ ବିଷମକଟକ ବ୍ଳକର କୁର୍ଲି ପଂଚାୟତ କାର୍ଯ୍ୟାଳୟରେ ମାଓବାଦୀମାନେ ବ୍ୟାନର ଲଗାଇଥିଲେ । ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି କୈାଣସି ଅପ୍ରତିକର ଘଟଣା ଯେପରି ମାଓବାଦୀମାନେ ଭିଆଇବେ ନାହିଁ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଳାରେ ଥିବା ୭ଟି ରୁଟ୍ରେ ସମସ୍ତ ସରକାରୀ ବସ ଚଳାଚଳକୁ ବନ୍ଦ କରିଦିଆଯାଇଥିବା ବେଳେ ଜିଲ୍ଳା ପୋଲିସର ଡିଭିଏଫ,ଏସଓଜି,ସିଆରପିଏଫ,ବିଏସଏଫର ଯବାନଙ୍କ ମିଳିତରେ କୁମ୍ଭିଂ ଅପରେସନ ଜୋରଦାର କରି ବିଭିନ୍ନ ପ୍ରବେଶ ପଥରେ ଚେକିଂ ଓ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି ।

 

0
0
0
s2sdefault