ହେଡଲାଇନସ୍:

ଆଖି ନାଇଁ କଣ ନାଇଁ,,,,ବାଧିଗଲେ ଦୋଷ ନାଇଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର ଜ଼ିଲ୍ଲା ପରିଷଦ କାର୍ୟାଳୟ ପାଚେରୀ ଟା କେମିତି ବିଉଟିଫୁଲ ଲାଗୁଛି !!

NIROJ MISHRA/ BOLANGIR : ଭାରି ସୁନ୍ଦର ଲାଗୁଛି | ମୋଦିଜୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ତ | ମାନିବାକୁ ପଡିବ ଏଇ ରାଜନୈତିକ ଦଳର ନେତା ମାନଙ୍କୁ | ଭଲ ଜାଗା ଦେଖି ପୋଷ୍ଟର ମାରିଲେ ଲୋକଙ୍କ ଆକର୍ଷଣ ଆଉ ସମର୍ଥନ ବଢିବା | ଯୁଆଡେ ବୁଲି ଆସ ଏମିତି ଦେଖିବାକୁ ମିଳିବ | ସରକାରୀ ଜାଗା....ସରକାର କିଏ କି ???? ଆମେ ତ ! ଆମେ ମାନେ ଲୋକ ବା ଗଣ ନୁହନ୍ତି | ହାତ ଗଣତି ନେତା ତ ସରକାର ନା !!!! ସେମାନେ ଯାହା ଚାହିଁବେ କରିପାରିବେ  | ଯୋଉଠି ଚାହିଁଲେ ଯାହା ବି କରିପାରିବେ | "ପଣ୍ଡିତ ଘର ପୁଅ ମାଙ୍କଡ ମାଇଲେ ପାପ ନୁହଁ"  ସେମାନେ ଯାହା କରିବେ ..ଆଉ ଯୋଉଠି କରିବେ ତାହା ଠିକ | ଜାଗା ଅଜାଗା ମାନିବେନି ...ଅତର୍ଚ୍ଛା ହେଲେ .ରାସ୍ତାକଡ଼ରେ ଜାଗା ଅଜାଗା ନ ଦେଖି ସ୍ୱଚ୍ଛତା(!) ଅଭିଯାନ କରି ହାଲକା ହୋଇଗଲା ପରି ଯୋଉଠି ପାରିବେ ନିଜର ପ୍ରଚାର ପତ୍ର ମାରିବେ | 

ବାପରେ....ନେତାଙ୍କୁ କିଏ ବା କହିବି, କାରଣ ବଡ ନୋକଙ୍କୁ ଉତ୍ତର ନାହିଁ | ସବୁ ଦଳ ଗୋଟେ ଭାଡ଼ିର ପାର | ହେଇ ଦେଖୁ ନାହାନ୍ତି ....ବଲାଙ୍ଗୀର ଜ଼ିଲ୍ଲା ପରିଷଦ କାର୍ୟାଳୟ ପାଚେରୀ ଟା କେମିତି ବିଉଟିଫୁଲ ଲାଗୁଛି !!!!!!

0
0
0
s2sdefault