ହେଡଲାଇନସ୍:

ଗୁରୁପ୍ରିୟାକୁ ନେଇ ଲାଲ ବାହିନୀ ନିଆଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପ୍ରଜାମେଳିରେ ହୁଙ୍କାର , ଖଣି ଖାଦାନ ଲୁଟ ପାଇଁ ସେତୁ କରିଛନ୍ତି ସରକାର

ମାଲକାନଗିରିରୁ ସ୍ୱତନ୍ତ୍ର ପ୍ରତିନିଧି : ମାତ୍ର ଦିନ କେଇଟା ଯାଇନି ...ସମ୍ପର୍କର ସେତୁ ଗୁରୁପ୍ରିୟା ଉପରେ ଏବେ ଲାଲ ନଜର | ମାଓ ସପ୍ତାହ  ପାଳନ ଅବସରରେ ପ୍ରଜାମେଳି କରି ବିଷୋଦ୍ଗାର କରିଛି ଲାଲ ବାହିନୀ | ଲୋକଙ୍କ ପାଇଁ ନୁହେ, ନିଜ ମତଲବ ଅଉରାଂ ପାଇଁ ସେତୁ କରିଛନ୍ତି ସରକାର | ପୋଲିସ ଓ ପ୍ରଶାସନକୁ ଦେଇଛନ୍ତି ଖୋଲା ଚାଲେଞ୍ଜ | ଅନ୍ୟପାକ୍ୟରେ ଲାଲ ବାହିନୀର କୌଣସି ହୀନ ଉଦ୍ଦେଶ୍ୟକୁ ପ୍ରତିହତ କରିବା ପାଇଁ ପୁରାପୁରି ଆଲର୍ଟ ଯବାନ ମାନେ |   ସେତୁ ଅ ଳରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା  । ଏଥିସହ ଜୋର୍ଦାର୍ ହୋଇଛି କମ୍ବିଂ  ।

ପୋଲିସ ଓ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଲେଗଡ଼ାର କୋରକୋଣ୍ଡା ଅଞ୍ଚଳରେ ପ୍ରଜାମେଳି କରିଛି ଲାଲବାହିନୀ  ।  ଆନ୍ଧ୍ର-ଓଡ଼ିଶା ବଡର଼୍ର ସ୍ପେଶାଲ ଜୋନାଲ କମିଟିର ଡାକରାରେ ଶହ ଶହ ଗ୍ରାମବାସୀ ସାମିଲ ହୋଇଥିଲେ ପ୍ରଜାମେଳିରେ  । ଯେଉଁଥିରେ ସରକାରଙ୍କ ଗୁରୁପ୍ରିୟା ସେତୁ ନିର୍ମାଣକୁ ବିରୋଧ କରାଯାଇଛି  । ଆଦିବାସୀଙ୍କ ବିକାଶ ପାଇଁ ନୁହେଁ ବରଂ ଖଣି ଖାଦାନ ଲୁଟ ପାଇଁ ସରକାର ଗୁରୁପ୍ରିୟା ଗଢ଼ିଛନ୍ତି ବୋଲି କହିଛନ୍ତି ମାଓ ନେତା  । ସ୍ୱାଭିମାନ ଅଂଚଳ   ଆଦିବାସୀ ଇଲାକାର ୧୫୧ଟି ଗାଁକୁ ଯୋଡ଼ିଛି ସଂପର୍କର ସେତୁ ଗୁରୁପ୍ରିୟା  । ଅପହ ଇଲାକାରେ  ପ୍ରଶାସନ ପହଂଚିଛି ସିଧାସଳଖ ଅର୍ଧ ଶତାବ୍ଦିପରେ| । ଆଉ ଆଶଙ୍କା କରିଛନ୍ତି ମାଓବାଦୀ, ଜେବ ଲୋକଙ୍କ ବିକାଶ ଅପେକ୍ଷ୍ୟା ସେମାନଙ୍କ ଦମନରେ ବ୍ୟବହାର ହେବ ଗୁରୁପ୍ରିୟା | ତେଣୁ  ଆଦିବାସୀଙ୍କ ବିକାଶର ଏହି ସେତୁକୁ ବିରୋଧ କରିଛନ୍ତି ନrଲ  । ସେମାନଙ୍କ ବିରୋଧ ପଛରେ ରହିଛି  ସରକାରଙ୍କ ମାଓ ବିରୋଧୀ ଗ୍ରୀନହ ଅପରେସନର ଭୟ  ।  ଏହା ନିଶ୍ଚିତ | 

0
0
0
s2sdefault