ହେଡଲାଇନସ୍:

ଗଣମାଧ୍ୟମର ବ୍ୟବସାୟୀକରଣ କାମଳ ସାମ୍ବାଦିକତାକୁ ପ୍ରୋତ୍ସାହନ’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଓଡ଼ିିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ

29-07-18-OUWJ-News.jpg - 90.01 kB

ବାଲେଶ୍ୱର,(ଉଜ୍ଜ୍ୱଳ ଚନ୍ଦ୍ର କର ): ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁଜେ)ର ବାର୍ଷିକ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ‘ହରି  ପ୍ଲାଜା’ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ପ୍ରଫୁଲ୍ଲ ସାମଲ ଏହି ଉତ୍ସବକୁ  ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିବା ସହ ସଂଗଠନର ଦୀର୍ଘଜୀବନ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ‘କାମଳ ସମ୍ବାଦିକତା ଗଣତନ୍ତ୍ରର ପରିପନ୍ଥୀ’ ଶୀର୍ଷକ  ଆଲୋଚନାଚକ୍ରରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ    ଦେଶର ଗଣମାଧ୍ୟମ ଓ ସମ୍ବାଦିକଙ୍କ ଦୟନୀୟ ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।  ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରତି ଉଭୟ ସରକାର ଓ ମିଡିଆ ମାଲିକ ଯତ୍ନବାନ ହେଲେ କାମଳ ସାମ୍ବାଦିକତା ଆପଣା ଛାଏଁ ହ୍ରାସ ପାଇବ ବୋଲି ସାଂସଦ ଶ୍ରୀ ଜେନା ଆଶା ପ୍ରକାଶ କରିଥିଲ ।  ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଯୁଗଲ କିଶୋର କୁମାର, ପୌରପାଳ ଆଲୋକ କୁମାର ସାହୁ, ଓୟୁଡବ୍ଲୁ୍ୟଜେର ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ ଏବଂ ରାଜ୍ୟ ସମ୍ପାଦକ ତପନ କୁମାର ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ କାର୍ଯ୍ୟରତ ସାମ୍ବାଦିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜ ପାଇଁ କ୍ଷତି ସାବ୍ୟସ୍ତ ନିଷ୍ଠୁର  ସତ୍ୟ ସମ୍ବାଦ ପରିବେଷଣ ତଥା ପ୍ରକାଶ ବେଳେ ସାମୂହିକ ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦେବାକୁ  ସେମାନେ କହିଥିଲେ । ଅନ୍ୟପକ୍ଷରେ ଗଣମାଧ୍ୟମକୁ ନେଇ ଚାଲିଥିବା ରାଜନୀତିକରଣ ଏବଂ ବ୍ୟବସାୟୀକରଣ ହିଁ କାମଳ ସାମ୍ବାଦିକତାକୁ ପ୍ରୋତ୍ସହିତ କରୁଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଏନେଇ ସବୁ ସ୍ତରରେ ସଂସ୍କାର ସହ ବ୍ୟକ୍ତି ମାନିସକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହା ବ୍ୟତୀତ ସଭାସ୍ଥଳରେ ଉପସ୍ଥିତ ଯୁବ ସଂଗଠକ ନରେନ୍ଦ୍ର ବିହାରୀ ଦାସ ଓ ସାମ୍ବାଦିକ ରାମନାରାୟଣ ଶତପଥୀ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ସମ୍ପାଦକ ରବିରଞ୍ଜନ ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏଥିରେ ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଶିଳ୍ପେଦ୍ୟାଗୀ ହିମାଂଶୁ ଦାସ, କବୟିତ୍ରୀ ତନୁଜା ପଣ୍ଡା, ରୂପକାର ଭାନୁ ଚରଣ ପାତ୍ର,ବରିଷ୍ଠ  ସାମ୍ବାଦିକ କୁଳମଣି ବାରିକ, ଦିବାକର ସାହୁ, ପଦ୍ମଲୋଚନ ଦତ୍ତ ଏବଂ ସମାଜସେବୀ ସଂଘମିତ୍ରା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଭୃତି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

0
0
0
s2sdefault