୪ ବର୍ଷରୁ ଉର୍ଦ୍ଧ ହେବ କେନ୍ଦ୍ରରେ ଏଏନ୍ଏମ ରହୁନାହାନ୍ତି ,ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ
ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ସରକାର ସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଗୁଡ଼ିକରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସେବା କେନ୍ଦ୍ର କିମ୍ବା ଉପସ୍ୱସ୍ଥ୍ୟେ କେନ୍ଦ୍ର ଖୋଲିଛନ୍ତି । ହେଲେ ପାଟଣାଗଡ଼ ଉପଖଣ୍ଡ ଅଧିନସ୍ଥ ବାଘମୁଣ୍ଡ ଗ୍ରାମର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ଆସୁ ନାହିଁ | ଓଲଟା ଉକ୍ତ ସ୍ଥାନଟି ଅଳିଆ ଆର୍ବଜନାର କୁଣ୍ଡ ଘେରରେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ବାଘମୁଣ୍ଡ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବା ଉପସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଆଜିକୁ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଏଏନ୍ଏମ କାର୍ଯ୍ୟ କ୍ଷେତ୍ରରେ ରହୁନଥିବାର ଅଭିଯୋଗ ହୋଇଛି । ଉକ୍ତ ସେଣ୍ଟରର ଚତୁଃପାର୍ଶ୍ଵରେ ଅଳିଆ,ଆବର୍ଜ୍ଜନା,ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରଟିକୁ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଖୋଲୁନଥିବା ଯୋଗୁଁ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ର ଉପରେ ପ୍ରାୟ ୧୩ଟି ପାଖାପାଖି ଗ୍ରାମର ଲୋକେ ପ୍ରାଥମିକ ଚିକିତ୍ସା ସେବା ପାଇବାରେ ଅସୁବିଧା ହେଉଥିବା ଜଣାପଡ଼ିଛି । ବିଶେଷ କରି ଗର୍ଭବତୀ. ଓ ପ୍ରସୁତି ମହିଳା ମାନେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବାଧ୍ୟ ହୋଇ ପାଟଣାଗଡ଼ ଠୁ ୨୦ କିମି ଦୂରରେ ଥିବା ଘସିଏନ ଡାକ୍ତର ଖାନା ଉପରେ ନିର୍ଭର କରିଥାନ୍ତି ବୋଲି ଗ୍ରାମବାସୀ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି। ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ବରାଦରେ ନିର୍ମାଣ ହୋଇଥିବା କେନ୍ଦ୍ର କିଛି କାର୍ଯ୍ୟରେ ଆସୁନାହିଁ । ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ କି, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ତଦାରଖ କରିବା ପାଇଁ ଗସ୍ତରେ ଆସୀ ଓ ଏହାର ନେଇ ସମୀକ୍ଷା ବୈଠକ କରିଛନ୍ତି | ଯାହାକୁହେ ଅଫିସ ରେକର୍ଡ | କିନ୍ତୁ, କିପରି "ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର" ଉପରେ କାହାରି ଦୃଷ୍ଟି ପଡୁନାହିଁ । ଯଦି ଅଧିକାରୀମାନେ ଜାଣନ୍ତି | ତେବେ କେନ୍ଦ୍ରରେ ଦୀର୍ଘ ୪ ବର୍ଷରୁ ଅଧିକ ସମୟ ହେବ ଏଏନ୍ଏମ ରହୁନାହାନ୍ତି କାହିଁକି ? କୋରୋନା ସମୟରେ ଲୋକେ କେନ୍ଦ୍ର ଥାଇ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ନ୍ତି । ତେବେ ବାହାବା ନେଉଥିବା ସମ୍ପୃକ୍ତ ବିଭାଗର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାର ବୈମାତୃକ ନଗ୍ନ ନମୁନା ନୁହେଁ କି ? ଏଥିପ୍ରତି ଶୀଘ୍ର ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।