ହେଡଲାଇନସ୍:

ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଆର୍ସେଟି ବଜାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳାମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର ପ୍ରଶିକ୍ଷାର୍ଥୀ ପ୍ରଦାନ କରାଯାଇଛି l
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ସେଟି ବଜାର ପ୍ରାଙ୍ଗଣରେ ଗୋଟିଏ ଆର୍ସେଟି ବଜାର ଆରମ୍ଭ କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମା ଏହାକୁ ଉଦ୍ଘାଟନ କରିଛନ୍ତି। ଟେଲର ଶିକ୍ଷାର୍ଥୀମାନେ ସିଲେଇ ଶିଖି ତିଆରି କରିଥିବା ଭିନ୍ନ ଭିନ୍ନ ପ୍ରକାରର ମହିଳା ପୋଷାକ ପତ୍ର ଏହି ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ଏଣୁ ଜନସାଧାରଣଙ୍କୁ ଅନୁରୋଧ ଏହି ବଜାର ପରିଦର୍ଶନ କରି ଶସ୍ତାରେ ମିଳୁଥିବା ପୋଷାକ କ୍ରୟ କଲେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଯୁବତୀ ଟେଲର ମାନେ ଆନନ୍ଦିତ ହୁଅନ୍ତେ।ଏହି ବଜାର ୧୬ ଦିନ ପାଇଁ ଚାଲୁ ରହିବ l
ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତୀ ଏବଂ ଅନ୍ୟ କର୍ମଚାରୀ ମାନେ ଏହି ବଜାରକୁ ପରିଚାଳନା କରୁଛନ୍ତି।

0
0
0
s2sdefault