ହେଡଲାଇନସ୍:

ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ : ଉନ୍ନତ ମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ ପରାମର୍ଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ପ୍ରକଳ୍ପ ପ୍ରଶାସକ (ପିଏ) ତଥା ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା ।
ଶନିବାର ଦିନ ଉଲ୍ଲେଖିତ ୟୁନିଟକୁ ଯାଇ ମହିଳା ଗୋଷ୍ଠୀର ସଦସ୍ୟା ୟମାନଙ୍କ ସହ ଧୂପକାଠି ତାଲିମ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ପଚାରି ବୁଝିବା ସହ ଏହାର ଗୁଣାତ୍ମକ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ବଜାରରେ ଏହି କେନ୍ଦ୍ରରେ ଉତ୍ପାଦନ ହେଉଥିବା ଧୂପକାଠି ଗୁଡିକର ଚାହିଦା କିପରି ବଜାୟ ରଖିପାରିବ ଏବଂ ଏହା ଦ୍ୱାରା ଏହି କେନ୍ଦ୍ରର କିପରି ଉନ୍ନତି ଘଟିବ ଓ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବିଭିନ୍ନ ଯୋଜନାମାନ ବୁଝାଇଥିଲେ ।
ଉକ୍ତ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହେଉଥିବା ଧୂପକାଠି ଗୁଡିକୁ ଆହୁରି ଉନ୍ନତ ମାନର କରିବାକୁ ହେଲେ ଏକାଗ୍ରତ ଚିତରେ କାମ କରି ଉତ୍ପାଦନ କଲେ ଗଜପତି ଜିଲ୍ଲାରେ ଧୂପକାଠି ବ୍ୟବସାୟକୁ ଏକ ସ୍ୱତନ୍ତ୍ର ମାନଚିତ୍ରରେ ସ୍ଥାନ ପାଇପାରିବ ବୋଲି ପରାମର୍ଶ ଦେଇଥିଲେ । ପିଏ ଆଇଟିଡିଏଙ୍କ ଏହି ଗସ୍ତ ସମୟରେ ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତଥିଲେ ।

0
0
0
s2sdefault