ହେଡଲାଇନସ୍:

 ଖାଲଖମାରେ ପୂରିଛି ରାସ୍ତା, ମରାମତି ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 Â à¬–ାଲଖମାରେ ପୂରିଛି ରାସ୍ତା, ମରାମତି ଦାବି

ବ୍ୟାସନଗର(ବିଶ୍ୱଜିତ୍)

 ବ୍ୟାସନଗର ପୌରପରିଷଦର ୧୨ ନଂ ୱାର୍ଡର ଭଟିଆ ଗ୍ରାମର ରାସ୍ତା ଖାଲଖମାରେ ପୂରିରହିଛି । ଯଦ୍ଦ୍ଵାରା  ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଚଳପ୍ରଚଳ କରୁଥିବାବେଳେ ରାସ୍ତାର ଦୁରାବସ୍ଥା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଗମନାଗମନ ବାଧାପ୍ରାପ୍ତ ହେଉଛି । ନିର୍ବାଚନ ସମୟରେ ଲୋକପ୍ରତିନିଧିମାନେ ଅନେକ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଭୁଲିଯାଇଥାନ୍ତି । ଫଳରେ ୱାର୍ଡବାସୀଙ୍କ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ । ଏନେଇ ଅଞ୍ଚଳବାସୀ ବାରମ୍ବାର ପୌର ପ୍ରଶାସନ ନିକଟରେ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଯାଉନାହିଁ । ଫଳରେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି । ତୁରନ୍ତ ଉକ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି । ନଚେତ୍ ୱାର୍ଡବାସିନ୍ଦା ଆନ୍ଦୋଳନାତ୍ମକ  ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault