ହେଡଲାଇନସ୍:

ପକ୍ଷୀ ସୁରକ୍ଷା ପାଇଁ ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା (ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି । ପ୍ରାୟ ଶୀତଦିନରେ ଏହି ପକ୍ଷୀମାନେ ଜଙ୍ଗଲ ଏବଂ ବିଭିନ୍ନ ଜଳାଶୟ ନିକଟରେ ଦେଖିବାକୁ ପାଉଛନ୍ତି । ଏହି ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଡ଼ିଭିଜନ ବାଙ୍କି ଫରେଷ୍ଟ ରେଞ୍ଜ ଜଙ୍ଗଲରୁ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସୁଛନ୍ତି । ପକ୍ଷୀଙ୍କୁ ଦେଖିବାକୁ ଏହି ଅଚଂଳରେ ଭିଡ଼ ଜମା ହୋଇଥାଏ । ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ସମସ୍ତ ପ୍ରକାରର ଉଦ୍ୟମ କରିଥାଏ । ଶୀକାରୀଙ୍କ ନିକଟରୁ ଏହି ବିଦେଶୀ ପକ୍ଷୀମାନଙ୍କୁ କିପରି ରକ୍ଷା କରାଯିବ ସେଥିପାଇ ସ୍ଥାନୀୟ ଲୋକଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ରାଉରକେଲା ଡ଼ିଏଫଓ ଜସକେତନ ସେଠୀ, ଏସିଏଫ ଶୈଳଭେଦ୍ର ସିଂ, ବାଙ୍କି ରେଞ୍ଜ ଅଫିସର ଅଜୟ ଖେସଙ୍କ ସମେତ ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault