ହେଡଲାଇନସ୍:

ପଞ୍ଚାୟତ ନିର୍ବାଚନ ଲାଗି ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବୁଧବାର ଦିନ ଜିଲ୍ଲା ପରିଷଦ ସମ୍ମିଳିନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।
ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ , ତହସିଲଦାର ଏବଂ ପଞ୍ଚାୟତ ଅଧିକାରୀ ତାଲିମ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପୋଲିଂ ଅପିସର ମାନଙ୍କର ଦାୟତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଗ୍ରାମପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅପିସର ହ୍ୟାଣ୍ଡବୁକ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ ନିୟମ ଅନୁଯାୟୀ ସମସ୍ତ ତାଲିମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାଷ୍ଟର ଟ୍ରେନର ମାନେ ସଂପୃକ୍ତ ବ୍ଲକ ସଦର ମହକୁମା ପୋଲିଂ ଅଫିସର ମାନଙ୍କୁ ତାଲିମ ଦେବେ। ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା , ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅନାମ ଚରଣ ପାତ୍ର , ସମସ୍ତ ନୋଡାଲ ଅଫିସର , ଜିଲ୍ଲା ପଞ୍ଚାୟତ ଅଧିକାରୀ ଉଲାସ ସେଠି , ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault