ହେଡଲାଇନସ୍:

ଆଦର୍ଶ ପ୍ରଧାନଶିକ୍ଷକଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ ) ଅସ୍ତରଙ୍ଗ ଝାଡଲିଙ୍ଗ ହାଇସ୍କୁଲର ପୂର୍ବତନ ଶିକ୍ଷକ ତଥା କୋଣାର୍କ ସିମିଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନସରା ସ୍ଥିତ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପଲାଉରୀଙ୍କ ଦେହାନ୍ତ । ଶନିବାର ବିଳମ୍ବିତ ରାତିରେ ଅନସରା ସ୍ଥିତ ତାଙ୍କ ବାସଭବନରେ 69ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇ ଯାଇଛି । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପଲାଉରୀ ଅସ୍ତରଙ୍ଗ ଝାଡଲିଙ୍ଗ ହାଇସ୍କୁଲ ଓ ଅନସରା ରୁଦ୍ରାଣୀ ହାଇସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକତା କରି ବହୁ ପ୍ରଶଂସା ପାଇଛନ୍ତି । ଏହି ଅଞ୍ଚଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ସହ ରୁଦ୍ରାଣୀ ହାଇସ୍କୁଲର ସର୍ବାଙ୍ଗୀନ ଉନ୍ନତି ତଥା କୋଣାର୍କ ଓ ଅସ୍ତରଙ୍ଗ ଅଞ୍ଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ କାର୍ଯ୍ୟକରି ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି । ସୁଦର୍ଶନ ପଲାଉରୀ ଏକା ଧାରରେ ଜଣେ ଶିକ୍ଷକ, ଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପସାର ସହ ଜଗନ୍ନାଥଙ୍କ ତତ୍ବ ଉପରେ ସେ ବହୁ ପୁସ୍ତକ ରଚନା କରିଛନ୍ତି । ସେ ଜଣେ ମିଷ୍ଠଭାଷୀ ମେଳାପି ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ସମଗ୍ର, କୋଣାର୍କ, ଅସ୍ତରଙ୍ଗ ଓ ଗୋପ ଅଞ୍ଚଳରେ ବେଶପରିଚିତ ଥିଲେ । ସୁଦର୍ଶନ ପଲାଉରୀଙ୍କ ବିୟୋଗରେ ତାଙ୍କର ବହୁ ପୁରାତନ ଛାତ୍ର, ରୁଦ୍ରାଣୀ ହାଇସ୍କୁଲର ଶିକ୍ଷକ ଓ ସହକର୍ମୀ ତଥା ସ୍ଥାନୀୟ କୋଣାର୍କ ଓ ଅସ୍ତରଙ୍ଗର ବହୁ ବୁଦ୍ଧିଜୀଜୀ ତାଙ୍କରର ଅମର ଆତ୍ମାର ସତଗତୀ କାମନା କରିଛନ୍ତି । ଅସ୍ତରଙ୍ଗ ନଗର ଗ୍ରାମପଞ୍ଚାୟତର ବାଲିପନ୍ତାଳ ଗ୍ରାମରେ ଜନ୍ମିତ ଆଦର୍ଶ ଶିକ୍ଷକ ସୁଦର୍ଶନ ପଲାଉରୀ ନିମାପଡା କଲେଜ ଓ ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ସୁଦର୍ଶନ ପଲାଉରୀଙ୍କ ପୁଅ ଜଗନ୍ନାଥ ପଲାଉରୀ ମେଘାଳୟ ସ୍ଥିତ ପୋଲିସ ଏକାଡେମୀର ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିଭଳି ତାଙ୍କ ସାନଭାଇ ପୁରୀସ୍ଥିତ ଭାରତ ସେବାଶ୍ରମ ସ୍କୁଲର ବରିଷ୍ଠ ଶିକ୍ଷକ ଓ ପୁତୁରା ଲଳିତେନ୍ଦୁ ପଲାଉରୀ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଭାବେ କାର୍ଯ୍ୟରତ ଅଛନ୍ତି |

0
0
0
s2sdefault