ହେଡଲାଇନସ୍:

ବଦଳିଲେ ଖୁରାନିଆ, ସତ୍ୟଜିତ ମହାନ୍ତି ହେଲେ ଟୁଇନ ସିଟିପୋଲିସ କମିଶନର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଦଳିଲେ ଖୁରାନିଆ , ସତ୍ୟଜିତ ମହାନ୍ତି ହେଲେ  ଯୁଗ୍ମ ମହାନଗରୀ କସିସନର 

Bhubaneswar(GIRIJA SHANKAR DASH)

 ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟ ହେଲେ ବି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ବଦଳାଇ ଦେଇଛନ୍ତି ଦେ୍ୱðତନଗରୀର କସିଶନର ଓ୍ୱାଇ ବି ଖୁରାନିଆଙ୍କୁ । ତାଙ୍କ ସ୍ଥାନରେ ଜଣାଶୁଣା ଦକ୍ଷ ଆଇପିଏସ ଅଫିସର ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ( ପ୍ରୋଭିଜନିଂ) ସତ୍ୟଜିତ ମହାନ୍ତିଙ୍କୁ ଟୁଇନ ସିଟି ପୋଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀ ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂ ଭାବେ ଅବସ୍ଥାପିତ କରିଥ#ବା ବେଳେ ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଏସଏପି ଭାବେ କାର୍ଯ୍ୟ କରୁଥ#ବା ସଞ୍ଜିବ ପଣ୍ଡାଙ୍କୁ ପରିବହନ କମିଶନର ନିଯୁକ୍ତି ଦିଆଯାଇଛି । ସେହିପରି ଶଶୀଭୂଷଣ ଶତପଥୀଙ୍କୁ ନୟାଗଡ, ଦେବୀପ୍ରସାଦ ଦାଶଙ୍କୁ ସୋନପୁର ଏସପି ଅବସ୍ଥାପିତ କରାଯାଇଥ#ବା ବେଳେ ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ ଭଦ୍ରକ, ଏମ୍.ସନ୍ଦୀପ ସମ୍ପତଙ୍କୁ ସିଆଇଡି , ବାତୁଲା ଗଙ୍ଗାଧରଙ୍କୁ କଳାହାଣ୍ଡି ଏସ୍ପିଭାବେ ନିଯୁକ୍ତି ମିଳିଛି । ସେହିପରି ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଆଇଜି(ଆଇନଶୃଙ୍ଖଳା) ସହ ଅତିରିକ୍ତ ଭାବେ ଆଇଜି (ଏସଏପି) ଦାୟିତ୍ୱ ଦିଆଯାଇଥ#ବା ଘରୋଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି 

ଟୁଇନ ସିଟି ପୋଲିସ କମିଶନର ଭାବେ ନିଯୁକ୍ତି ପାଇଥ#ବା ସତ୍ୟଜିତ ମହାନ୍ତିି ଓଡିଶା ପୋଲିସର ଜଣେ ଦକ୍ଷ ଓ ଲୋକାଭିମୁଖୀ ଅଫିସର ଭାବେ ଜଣାଶୁଣା । ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବାର ମୁଖ୍ୟ ଦାୟିତ୍ୱରେ ରହି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ ଭାବେ ସମ୍ପନ୍ନ କରାଇଥ#ବା ଶ୍ରୀ ମହାନ୍ତି ଜଣେ ପପୁଲାର ପୋଲିସ ଅଫିସର ଭାବେ ଜଣାଶୁଣା । ୧୯୮୮ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ମହାନ୍ତି ପୋଲିସ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ ପଦପଦବୀରେ ନିଜ ଦାୟତ୍ୱ ସଫଳତା ଓ ଦକ୍ଷତାର ସହ ତୁଲାଇ ଆସିଛନ୍ତି । ଜୟପୁରର ଅତିରିକ୍ତ ଅତିରିକ୍ତ ଏସପି ଭାବେ ନିଜ ପୋଲିସ କ୍ୟାରିୟର ଆରମ୍ଭ କରିଥ#ବା ଶ୍ରୀ ମହାନ୍ତି ପୁରୀର ଅତିରିକ୍ତ ଏସପି ଭାବେ ଦାୟିତ୍ୱ ତୁଲାଇଥ#ବା ବେଳେ ପରେ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଏସପି ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥ#ଲେ । ପରେ ସେ ଏସପି ଭିଜିଲାନ୍ସ ଓ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଡ଼ିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ସେ ଉତ୍ତରାଞ୍ଚଳ ସମ୍ବଲପୁର, କେନ୍ଦ୍ରାଞ୍ଚଳ କଟକ ଓ ପଶ୍ଚିମାଞ୍ଚଳ ରାଉରକେଲାର ଡ଼ିଆଇଜି ଭାବେ କାର୍ଯ୍ୟକରି ନିଜ ଦକ୍ଷତା ପ୍ରତିପାଦିତ କରିଥ#ଲେ । .

ପଶ୍ଚିମାଞ୍ଚଳ ରାଉରକେଲାର ଆଇଜି , ଅଗ୍ନିଶମ ଓ ଗୃହରକ୍ଷୀ ଏବଂ ଫାଇନାନ୍ସ ଆଇଜି ଭାବେ କାର୍ଯ୍ୟ କରିଥ#ବା ଶ୍ରୀ ମହାନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ମଧ୍ୟ ଶ୍ରୀ ମହାନ୍ତି ସଫଳତାର ସହ କାର୍ଯ୍ୟ କରିଥ#ଲେ । ତାଙ୍କ ଚାକିରି କାଳରେ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ମହାନ୍ତି ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିଛନ୍ତି । ପୋଲିସ ସେବା ଭିତରେ ତାଙ୍କ ସ୍ୱାତନ୍ତ୍ର୍ୟ ହେଉଛି ମାନବାଧ#କାର ଓ ପୋଲିସ ସଂସ୍କାର ଉପରେ ତାଙ୍କର ବିଶେଷ ପାରଦର୍ଶୀତା । ସେ ତିନୋଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି । ସେଗୁଡିକ ହେଲା ହୁ୍ୟମାନ ରାଇଟ, ପୋଲିସ ଇନ୍ ଇଣ୍ଡିଆ : ରୋଲ୍ ରେସ୍ପନ୍ସିବିଲିଟି ଆକାଣ୍ଟେବିଲିଟି, ହ୍ୟìମାନ ବିହେଭିିଅର ଆଣ୍ଡ ପୋଲିସ ଏଥ#କସ । ସେ ନ୍ୟାସନାଲ ପୋଲିସ ଏକାଡେମୀ, ହାଇଦ୍ରାବାଦ , ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ ,ଓ ଜୁଡ଼ିସିଆଲ ଏକାଡେମୀର ରିସୋର୍ସ ପର୍ସନ ରହି ଆସିଥ#ବା ଶ୍ରୀ ମହାନ୍ତି ରାଜ୍ୟ ପୋଲିସ ଟିମର ଜଣେ ଭଲ ଟେନିସ ଖେଳାଳି ।  

0
0
0
s2sdefault