ହେଡଲାଇନସ୍:

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଦାଦନ ଶ୍ରମିକ: ହାୟରେ ପ୍ରଶାସନ,ବିବୃତି ଆଉ ତଥ୍ୟ ମେଳ ଖାଉନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା !ବଞ୍ଚି ରହିବା ପାଇଁ ଏଠି ଦାଦନ ଶ୍ରମିକଙ୍କର ସଂଘର୍ଷ ! ପ୍ରତିବର୍ଷ ରାଜ୍ୟର ଏହି ୩ଟି ଜିଲ୍ଲାରୁ ବହୁ ସଂଖ୍ୟକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି ! ଗୋଟିଏ ପଟରେ ଯେ, କରୋନାର ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ପୁଣି ନୂତନ ଭାଇରସ ଓମିକ୍ରନ ର ଭୟ ଲୋକଙ୍କୁ ଘାରିଛି ! ଆଉ ମାତ୍ର ନିର୍ବାଚନକୁ 14 ଦିନ ଅଛି ! ଏପରି ସ୍ଥିତିରେ ଦାଦନ ପ୍ରବଣ ଗ୍ରାମର ଅନେକ ଭୋଟର ବର୍ତ୍ତମାନ ବାହାର ରାଜ୍ୟରେ ଅଛନ୍ତି ! ପ୍ରକାଶ ଥାଉକି, ବଲାଙ୍ଗୀର ଜିଲ୍ଲାରେ ନୂଆଁଖାଇ ତିହାର ପୂର୍ବରୁ ଜମା ହୁଅନ୍ତି ବାହାର ରାଜ୍ୟର ଦାଦନ ସର୍ଦାର ମାନେ ! ସେମାନେ ନିଜ ନିଜର ଏଜେଣ୍ଟ ମାନଙ୍କୁ ହାତେଇ ଅର୍ଥାତ ଦଲାଲଙ୍କ ଜରିଆରେ ଭଲ ରକମର ଅର୍ଥ ଅଗ୍ରିମ ଦେଇ ଯୋଗାଡ଼ କରିଥାନ୍ତି ! ନୂଆଁଖାଇ ପରେ ଦଶହରା ଦୁର୍ଗାପୂଜା ସରିବା ପରେ ଅଗ୍ରିମ ନେଇଥିବା ଲୋକେ ଦାଦନ ଖଟିବାକୁ ଚାଲି ଯାଆନ୍ତି ବାହାର ରାଜ୍ୟକୁ ! ଏହିପରି ପାଟଣାଗଡ଼ ଉପଖଣ୍ଡର ଅନେକ କିଛି ଗାଁ ରହିଛି ଯେଉଁଠି ପାଦଦେଲେ ଆପେ ଆପେ ଜାଣି ଜିବେ ! ଜୁଆଡ଼େ ଦେଖିଲେ ଖାଁ ଖାଁ ଲାଗୁଛି ! ଯଦିବା କେଉଁ ଗ୍ରାମରେ କାଁ ଭାଁ କାହା ଘରେ କେହି  ଅଛିତ କହିଲେ ବୟସ୍କ ବୃଦ୍ଧ ବୃଦ୍ଧା ଟିଏ ଦେଖିବାକୁ ମିଳିବ ! କ୍ଵଚିତ କିଛି ଛୋଟ ଛୁଆ ମାନଙ୍କୁ ବୟସ୍କଙ୍କ ହାତରେ ଛାଡ଼ି ଯାଇଥିବାର ଦେଖିବାକୁ ମିଳିଛି ! ଆଉ ଯାହା ପରିବାରରେ ବୟସ୍କ ଲୋକ ନାହାନ୍ତି ସେମାନେ ସପରିବାର ଘରେ ତାଲା ପକାଇ ବାହାର ରାଜ୍ୟକୁ ଯାଇଛନ୍ତି ! ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ବଙ୍ଗୋମୁଣ୍ଡା, ତୁରକେଲା, ମୁରିବାହାଲ, ଖପ୍ରାଖୋଲ, ପାଟଣାଗଡ଼ ଏବଂ ଟିଟିଲାଗଡ଼  ଆଦି ବ୍ଲକ ଦାଦନ ପ୍ରବଣ ଅଞ୍ଚଳ!ଆହୁରି ମଧ୍ୟ, ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରୁ ମଧ୍ୟ ଲୋକେ ରାଜ୍ୟ ବାହାର ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଭଳି ସ୍ଥାନକୁ ଇଟା ଗଢିବାକୁ ଯାଆନ୍ତି!
ଜିଲ୍ଲାରୁ ବହୁ ସଂଖ୍ୟକ ଯୁବକ ଯୁବତୀ ଓ ଲୋକେ ସୂତାକାରଖାନା,ଗାଡ଼ି ଚଳାଇବା,ହୋଟେଲରେ କାମ କରିବା ଭଳି ଅନେକ ରୋଜଗାର ମୂଳକ କାମ ରେ ନିୟୋଜିତ  ହେଉଥିବା ବେଳେ କିନ୍ତୁ ଇଟା ଗଢିବାକୁ ଥିବା ଶ୍ରମିକଙ୍କ ସଂଖ୍ୟା ବହୁ ଅଧିକ! ତେବେ ମୁଖ୍ୟକେନ୍ଦ୍ର ବିନ୍ଦୁ,ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗ ଓ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗରୁ ପ୍ରାପ୍ତ ତଥ୍ୟରେ ମଧ୍ୟ ତାଳମେଳ ଥିବା ବୁଝାପଡୁନି!ଜିଲ୍ଲା ଶ୍ରମ ବିଭାଗର ସୂଚନା ଅନୁସାରେ,2018 ରେ 588 ପଞ୍ଜିକୃତ ଶ୍ରମିକ ଚଲାଣକାରୀ 37 ହଜାର 779 ଜଣ ଲୋକଙ୍କୁ ରାଜ୍ୟ ବାହାରକୁ ପଠାଇଥିଲେ!2019 ରେ 591 ଜଣ ଶ୍ରମିକ ଚାଲାଣକାରୀ 38 ହଜାର 264 ଜଣଙ୍କୁ,2020 ରେ 236 ଶ୍ରମିକ ଚାଲାଣକାରି 10 ହଜାର 597 ଜଣଙ୍କୁ  ଓ 2021ରେ 198 ଶ୍ରମିକ ଚାଲାଣକାରୀ 14 ହଜାର 898 ଜଣଙ୍କୁ ରାଜ୍ୟ ବାହାରକୁ କାମ କରିବାକୁ ସରକାରୀ ଅନୁମତି ଅନୁସାରେ ପଠାଇଥିବା ଜଣାପଡିଛି ! ଅପରପଟେ, ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ 23 ଫେବୃଆରୀରେ 2021ରେ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ,2018ରେ 1101 ପଞ୍ଜିକୃତ ଶ୍ରମିକ ଚାଲାଣକାରୀ 76ହଜାର 581,2019ରେ 1171 ଶ୍ରମିକ ଚାଲାଣକାରୀ 81ହଜାର 513 ଶ୍ରମିକ କାମ କରିବାକୁ ପଠାଇଛନ୍ତି!ଜିଲ୍ଲା ଶ୍ରମ ବିଭାଗ ଓ ରାଜ୍ୟ ଶ୍ରମ ବିଭାଗର ତଥ୍ୟରେ ବେଶ ଫରକ ରହିଛି!2021 କରୋନା ସମୟରେ ବଲାଙ୍ଗୀର ଜିଲ୍ଲାକୁ ଏକ ଲକ୍ଷ 8ହଜାର 469 ଜଣ (ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ)ଫେରିଥିବାର ରାଜ୍ୟ ଶ୍ରମ ମନ୍ତୀ ବିବୃତି ଦେଇଛନ୍ତି!ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫେରନ୍ତା ଶ୍ରମିକ ଙ୍କ ପଞ୍ଜିକରଣ ଏକ ଲକ୍ଷ 40 ହଜାର ହୋଇଥିଲା!ଏହି ସଂଖ୍ୟାଠାରୁ ଢେର ଅଧିକ ଶ୍ରମିକ ଜିଲ୍ଲାକୁ ଫେରିଥିବାର ଚର୍ଚ୍ଚା ହୁଏ! ଏଥରବି ବଲାଙ୍ଗୀର ଜିଲ୍ଲାରୁ ୨ ଲକ୍ଷରୁ ଅଧିକ ଶ୍ରମିକ ରାଜ୍ୟ ତଥା ରାଜ୍ୟବହାରର ବିଭିନ୍ନ ସ୍ଥାନକୁ ଯାଇ ପେଟ ଚାଖଣ୍ଡେକ ପାଇଁ ସଂଘର୍ଷ କରୁଛନ୍ତି! ଏଣୁ ସରକାର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାପାଇଁ ଚିନ୍ତାଶୀଳ ନାଗରିକଙ୍କ ମହଳରୁ ମତ ପ୍ରକାଶ ପାଉଛି!!!!

0
0
0
s2sdefault