ହେଡଲାଇନସ୍:

କେନ୍ଦ୍ରୀୟ ଶ୍ରମ ସଂଗଠନ ନିଷ୍ପତି କ୍ରମେ ଫେବୃଆରୀ ୨୩-୨୪ ସାଧାରଣ ଧର୍ମଘଟ ମାର୍ଚ୍ଚକୁ ଘୁଞ୍ଚିଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,୩୧/୧(ବସନ୍ତ କୁମାର ଜେନା): ୧୦ଗୋଟି କେନ୍ଦ୍ରୀୟ ଶ୍ରମ ସଂଗଠନ ଓ ଦେଶର ସମସ୍ତ ସ୍ୱାଧୀନ ସେକ୍ଟରାଲ ଫେଡରେସନ ଓ ଆସୋସିଏସନ ମାନଙ୍କ ମିଳିତ ଆହ୍ୱାନ କ୍ରମେ ଆସନ୍ତା ଫେବୃଆରୀ ୨୩-୨୪ ରେ ହେବାକୁ ଥିବା ଦେଶ ବ୍ୟାପୀ ସାଧାରଣ ଧର୍ମଘଟକୁ ଆସନ୍ତା ମାର୍ଚ୍ଚ ୨୮-୨୯କୁ ଘୁଞ୍ଚେଇ ଦିଆଯାଇଛି । ସାରା ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଓ ଉତରପ୍ରଦେଶ, ପଞ୍ଜାବ, ତାମିଲ ନାଡୁ, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ବିଚାର କରି କେନ୍ଦ୍ରୀୟ ଶ୍ରମ ସଂଗଠନ ମାନଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି । ଏହି କ୍ରମେ ଗତ ୨୯ ତାରିଖରେ ଜାରି ଏକ ମିଳିତ ଇସ୍ତାହ।।ରେ ଫେବୃଆରୀ ୨୩-୨୪ ର ପ୍ରସ୍ତାପିତ ସାଧାରଣ ଧର୍ମଘଟକୁ ମାର୍ଚ୍ଚ ୨୮-୨୯କୁ ଘୁଞ୍ଚାଯାଇଥିବା ନେଇ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ର ବିରୋଧୀ ନୀତିକୁ ବିରୋଧ କରି ହେବାକୁ ଥିବା ଆଗାମୀ ମାର୍ଚ୍ଚ ୨୮-୨୯ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ରାଉରକେଲା ତଥା ସମସ୍ତ ସୁନ୍ଦରଗଡ ଜିଲା ରେ ସଫଳ କରିବା ନେଇ ଆଗାମୀ ଦିନରେ ବ୍ୟାପକ ପ୍ରସ୍ତୁତି ନେଇ ରାଉରକେଲା ଶ୍ରମିକ ସଂଘ ସିଆଇଟିୟୁ, ରାଉରକେଲା ମଜଦୁର ସଭା, ଓ ରାଉରକେଲା ୱାକର୍ସ ୟୁନିୟନର ଏକ ମିଳିତ ବୈଠକରେ ନିଷ୍ପତି ନିଆଯାଇଛି । ଗତ କାଲି ତାରିଖ ୩୦/୧/୨୦୨୨ ସଂନ୍ଧ୍ୟା ୭ ଘଟିକାରେ ରାଉରକେଲା ମଜଦୁର ସଭାର ସ୍ଥାନୀୟ କାର୍ଯ୍ୟାଳୟ ସି/୮ ସେକ୍ଟର-୬ ଠାରେ ଅନୁଷ୍ଠିତ ଏକ ମିଳିତ ବୈଠକରେ ରାଉରକେଲା ଶ୍ରମିକ ସଂଘର ଶ୍ରୀ ନାହାର ଦାସ, ସିଆଇଟିୟୁ ର ଶ୍ରୀ ବସନ୍ତ ନାଏକ, ଓ ଶ୍ରୀ ବିମାନ ମାଇତି, ଆର ଡବଲ୍ୟୁ ୟୁର ଶ୍ରୀ ଅଜିତ ନାଏକ, ଓ ଶ୍ରୀ ସୁବାଷ ଦଣ୍ଡ ପାଟ, ମଜଦୁର ସଭାର ଶ୍ରୀ ଡି.ଏନ ଆଚାର୍ଯ୍ୟ ଓ ଶ୍ରୀ ଶିଶିର ଦାସ ଉପସ୍ଥିତ ରହି ଏ ସମ୍ପର୍କରେ ଆଲୋଚନା କରିବା ସହ ପରବର୍ତୀ ବୈଠକରେ ଅନ୍ୟାନ୍ୟ ଶ୍ରମ ସଂଗଠନକୁ ସାମିଲ କରି ଧର୍ମଘଟ ନେଇ ବ୍ୟାପକ ପ୍ରସ୍ତୁତି କରିବାକୁ ମତ ଦେଇଥିଲେ । ମଜଦୁର ସଭାର ସାଧାରଣ ସମ୍ପାଦକ ଶ୍ରୀ ଶଶଧର ନାୟକ, ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।

0
0
0
s2sdefault