ହେଡଲାଇନସ୍:

ନୂଆପାଲୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପାଲୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା ଶିବିର 

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ;  କଣ୍ଟାମାଳ ବ୍ଳକ ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟଠାରେ ପରିବେଶ ସଚେତନତାକୁ ନେଇ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିଥିବା ବେଳେ ବିଦ୍ୟାଳୟ ପରିସର ସ୍ଥିତ ଜାଗୃତୀ ମଣ୍ଡପଠାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ଅଧ୍ୟକ୍ଷତାରେ ସଚେତନା ସଭା ଅନୁଷ୍ଠିତ  ହୋଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ସମ୍ମାନୀତ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଯାଜେ୍ଞଶ୍ୱରୀ ପ୍ରଧାନ, ବି.ଇ.ଓ ଦଶରଥ ମେହେର, ସି.ଆର.ସି.ସି  ନୀଳାଞ୍ଚଳ ଭୋଇ, ବନପାଳ ପଦୋଶ ମହାରଣା, ସରପଞ୍ଚ ପଦ୍ମାବତୀ ରଣା, ସମାଜସେବୀ ପ୍ରେମରାଜ ରଣା ଓ  ମୂଖ୍ୟବକ୍ତା ଭାବେ ବରିଷ୍ଠ  ସାମ୍ବାଦିକ ଦିବ୍ୟଶଂକର ରାଉତ ଯୋଗ ଦେଇ ଦୃତ ଜଙ୍ଗଲ ଅବକ୍ଷୟ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିବା ସହ ଜଙ୍ଗଲ ସୁରକ୍ଷାକୁ ବ୍ରତଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ଆମେ ଆମ ବର୍ତମାନ ଭବିଷ୍ୟତ ପାଇଁ ପରିବେଶର ସୁରକ୍ଷା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ଅସନ୍ତୁଳିତ ପରିବେଶର ମୁକାବିଲା ନିମନ୍ତେ ବ୍ୟାପକ ବୃକ୍ଷ ରୋପଣ କରି ପରିବେଶକୁ ସୁରକ୍ଷିତ ନକଲେ ଆମ ଭବିଷ୍ୟତ ପିଢୀଙ୍କ ପାଇଁ ଆମେ ନିନ୍ଦିତ ହେବା ବୋଲି ସଚେତନତା ସଭାରେ ମତ ପ୍ରକାଶ ପାଇଥିଲା । ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛତାକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଆପଣାଇବା ଉପରେ ମତପ୍ରକାଶ ପାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିକ୍ଷକ ଜବରସିଂ ବନଛୋର, ଅଶୋକ ସାହୁଙ୍କ ନିଦେ୍ର୍ଧଶନାରେ ଦେଶାତ୍ମକ ଓ ସଚେତନତା ନୃତ୍ୟ ପରିବେଷଣ ହୋଇଥିବା ବେଳେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନେ ସମ୍ମାନୀତ ହୋଇଥିଲେ । ସଭାର ସଫଳତା କାମନା କରି ଶିକ୍ଷକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ଅବସରରେ କାରଗିଲ ବିଜୟ ଦିବସ ସ୍ମୃତିରେ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ସାମୁହିକ ବୃକ୍ଷ ରୋପଣ କରାଯାଇ ଥିଲା ।

0
0
0
s2sdefault