ହେଡଲାଇନସ୍:

ଓଡିଶା ଜଳ ବିଦ୍ୟୁତ୍ ନିଗମଅଧିନସ୍ଥ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ବୃଦ୍ଧିl

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବୁର୍ଲା ସ୍ଥିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ର ରାଜ୍ୟର ଏକ ଅଗ୍ରଣୀ ଏବଂ ଖ୍ୟାତି ସମ୍ପନ୍ନ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବେ ଡିସେମ୍ବର-୧୯୫୬ ମସିହାରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିଆସୁଅଛି l ଏହି କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୫ ଓ ୟୁନିଟ୍-୬ ଦୀର୍ଘ ୫୦ ବର୍ଷ ଧରି ନିରବଛିନ୍ନ ବିଦ୍ୟୁତ୍ ଉତ୍ପାଦନ କରିସାରିବା ପରେ ପରବର୍ତ୍ତି ସମୟରେ CEAର ମାର୍ଗଦର୍ଶିକା ଅନୁଯାୟୀ ଏହି ଦୁଇଗୋଟି ୟୁନିଟର ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧି କରଣ କାର୍ଯ୍ୟ ଓଡିଶା ଜଳ ବିଦ୍ୟୁତ୍ ନିଗମ ଦ୍ୱାରା ହାତକୁ ନିଆଯାଇଥିଲାl ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଓଡିଶା ଜଳ ବିଦ୍ୟୁତ୍ ନିଗମ M/s Voith Hydro Pvt Ltd (India) କୁ ଅକ୍ଟୋବର ୨୦୧୫ ରେ ୧୫୮.୭୭ କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟଦେଶ ଜାରିକରିଥିଲା lଏହି ୟୁନିଟ ଗୁଡିକର ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧିକରଣ ପରେ ୟୁନିଟ୍-୫ ଓ ୬ ର ବ୍ୟବସାୟିକ ଉତ୍ପାଦନ ଯଥାକ୍ରମେ ତା. ୦୨.୧୧.୨୦୨୧ ରିଖ ଓ ତା. ୦୯.୦୧.୨୦୨୨ ରିଖ ରୁ ଆରମ୍ଭ ହୋଇଅଛି l
ଏହି କାର୍ଯ୍ୟ ସମ୍ପାଦନ ପରେ ୟୁନିଟ୍ ଦ୍ୱୟର କ୍ଷମତା ୩୭.୫ ମେଗାୱାଟରୁ ୪୩.୬୫ ମେଗାୱାଟ୍ କୁ ବୃଦ୍ଧି ହୋଇଅଛି, ଯାହା ଦ୍ୱାରା ୧୨.୩ ମେଗାୱାଟ୍ ଅଧିକ ଜଳ ବିଦ୍ୟୁତ୍ ଶକ୍ତି ରାଜ୍ୟ ଗ୍ରୀଡକୁ ଯୋଗାଇବାରେ ଏହା ସମର୍ଥ ହୋଇଅଛି l ଏତଦବ୍ୟତିତ ହୀରାକୁଦ ଜଳ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟରୁ ବୃଦ୍ଧି ହୋଇ ୨୮୭.୮ ମେଗାୱାଟ ହୋଇଅଛି, ଯାହାକୁ ରାଜ୍ୟର ଉପଭୋକ୍ତା ମାନଙ୍କୁ ସୁଲଭ ଓ ସବୁଜ ଶକ୍ତି ଯୋଗାଇବାରେ ସହାୟକ ହୋଇଛି lବିଗତ ଦିନରେ ଓଡିଶା ଜଳ ବିଦ୍ୟୁତ୍ ନିଗମ ଏହି ବିଦ୍ୟୁତ୍ କେନ୍ଦ୍ରରେ ଅବସ୍ଥାପିତ ଥିବା ୟୁନିଟ୍-୧,୨,୩ ଓ ୪ ମାନଙ୍କରେ ପ୍ରର୍ଯ୍ୟାୟ କ୍ରମେ ନବୀକରଣ, ଆଧୁନିକୀକରଣ ଓ କ୍ଷମତା ବୃଦ୍ଧିକରଣ କରାଯାଇ ଅଧିକ ୪୦ ମେଗାୱାଟ୍ ଜଳ ବିଦ୍ୟୁତ୍ ରାଜ୍ୟ ଗ୍ରୀଡକୁ ଯୋଗାଇ ଦେଇ ଆସୁଅଛି l
ଉପରୋକ୍ତ ୟୁନିଟ୍ ଗୁଡିକର କ୍ଷମତା ବୃଦ୍ଧି ହେବା ଫଳରେ ଓଡିଶା ଜଳ ବିଦ୍ୟୁତ୍ ନିଗମର ର ଆର୍ଥିକ ସ୍ଥିତି ସୁଦୃଢ ହେବା ସଙ୍ଗେ ସଙ୍ଗେ ରାଜ୍ୟର ସର୍ବୋଚ୍ଚ ବିଦ୍ୟୁତ୍ ଶକ୍ତି ଚାହିଦା ମେଣ୍ଟାଇବାରେ ସହାୟକ ହୋଇଛିl
ଓଡିଶା ଜଳ ବିଦ୍ୟୁତ୍ ନିଗମର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କର ନିରବଛିନ୍ନ ଓ ସମନ୍ୱିତ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟଟି ସଫଳ ହୋଇପାରିଛିl ପ୍ରକାଶ ଥାଉକି ବର୍ତ୍ତମାନ ପରିପ୍ରେକ୍ଷୀରେ ବୁର୍ଲା ସ୍ଥିତ ବିଦ୍ୟୁତ୍ କେନ୍ଦ୍ରର ସମସ୍ତ ୭ ଗୋଟି ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ସକ୍ଷମ ହୋଇଛି l ସେହିପରି ଚିପିଲିମାରେ ଅବସ୍ଥାପିତ ୩ ଗୋଟି ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ କରୁଅଛିl
ଓଡିଶା ଜଳ ବିଦ୍ୟୁତ୍ ନିଗମ ରାଜ୍ୟର ଉପଭୋକ୍ତାମାନଙ୍କୁ ସୁଲଭ ମୂଲ୍ୟରେ ସବୁଜ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବା ପାଇଁ ନିରନ୍ତର ଚେଷ୍ଟିତ ଓ ପ୍ରତିଶୃତିବଦ୍ଧ ବୋଲି ନିଗମ ପକ୍ଷରୁ କୁହାଯାଇଛି |

0
0
0
s2sdefault