ହେଡଲାଇନସ୍:

ପଞ୍ଚଭୂତରେ ଲୀନ ହୋଇଗଲେ ଶେଷ ସ୍ୱାଧୀନତା ସଂଗ୍ରାମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  • 102 ବର୍ଷ ବୟସରେ ପରଲୋକ

  • ଗଭୀର ଶୋକ ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଣିମୋରା ଗ୍ରାମର ଶେଷ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରିୟ ପ୍ରଧାନ ଙ୍କର ଦେହାନ୍ତ ହୋଇଯାଇଛି । ସଂଗ୍ରାମୀ ଶ୍ରୀ ପ୍ରଧାନ ଙ୍କର ବିୟୋଗରେ ଜିଲ୍ଲା ସାରା ଶୋକର ଛାୟା ଖେଳିଯାଇଛି । ସଂଗ୍ରାମୀ ଙ୍କର ମୃତ୍ୟୁ ଖବର ପାଇ ପାଣିମୋରା ଗ୍ରାମକୁ ଛୁଟିଥିଲା ଲୋକଙ୍କ ସୁଅ । ଶେଷ ଦର୍ଶନ କରିଥିଲେ ଅନେକ ସାଧାରଣ ଜନତା , ପ୍ରଶାସନିକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି । ଜିଲ୍ଲା ପ୍ରଶାସନ ର ଦେଖରେଖରେ ଗାର୍ଡ ଅଫ ଅନର ପ୍ରଦାନ କରି ଶେଷ କୃତ୍ୟ ସଂମ୍ପନ୍ନ କରାଯାଇଥଲା ।ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅନୁଷ୍ଠାନ ତରଫରୁ ତାଙ୍କର ବିୟୋଗରେ ଶୋକବ୍ୟକ୍ତ କରାଯାଇଛି । ନିଜର ଶୋକ ବାର୍ତାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମର ଶେଷ ଦୀପଶିଖା ଆଜି ଲିଭି ଯାଇଛି । ପାଣିମୋରା ଗ୍ରାମର ଶେଷ ସ୍ବାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପଧାନ ଆଉ ଆମ ଗହଣରେ ନାହାନ୍ତି । ଭାରତୀୟ ମୁକ୍ତି ସଂଗ୍ରାମରେ ଅହିଂସା ଆନ୍ଦୋଳନରେ ବରଗଡ ଜିଲ୍ଲା ପାଣିମୋରା ଗ୍ରାମର ଉଲ୍ଲେଖନୀୟ ଭୂମିକା ରହିଛି । ଏହି ଗ୍ରାମରୁ ୩୨ ଜଣ ଯୁବକ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ସମ୍ମାନନୀୟ ଜିତେନ୍ଦ୍ରିୟ ପଧାନ ଜୀବିତ ଥିଲେ । ତାଙ୍କୁ ୧୦୨ ବର୍ଷ ହେଉଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେ ଚଳ ଚଞ୍ଚଳ ଥିଲେ । ସଂଗ୍ରାମୀପୀଠ ପାଣିମୋରା ଆମ ଗ୍ରାମର ପଡୋଶୀ ଗ୍ରାମ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଅନ୍ତର ପ୍ରଦେଶରୁ ସମବେଦନା ଜ୍ଞାପନ କରୁଛି । ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କହିଥିଲେ ।

ସେହିଭଳି ବରିଷ୍ଠ ସାମ୍ବାଦିକ ଶ୍ରୀ ଉମେଶ ବିଶ୍ୱାଳ ତାଙ୍କର ଶୋକ ବାର୍ତ୍ତା ରେ କହିଛନ୍ତି ଯେ , ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ପାଣିମୋରା ଗାଁକୁ ସଂଗ୍ରାମୀ ଶୁନ୍ୟ କରି ଚାଲିଗଲେ । ପାଣିମୋରା ଗ୍ରାମର ୩୨ଜଣ ମଧ୍ୟରୁ ସେ ଏକମାତ୍ର ଜୀବିତ ସଂଗ୍ରାମୀ ଥିଲେ । ତାଙ୍କ ସାନ୍ନିଧ୍ୟ ଲାଭ କରିବା ସହ ତାଙ୍କର ବ୍ୟକ୍ତିଗତ ସଂସ୍ପର୍ଶରେ ଆସିଥିବାର ସୁଯୋଗ ମିଳିଥିଲା । ତାଙ୍କର ବିୟୋଗ ରେ ଭାରତୀୟ ମୁକ୍ତି ସଂଗ୍ରାମର ଅଧ୍ୟାୟ ର ଯବନିକା ପଡ଼ିଲା । ସଂଗ୍ରାମୀଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ସେହିଭଳି ସୋହେଲା ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବାରିହା , ବିଜୁ ଯୁବ ଜନତା ଦଳ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ , ଯୁବ ନେତା ଶ୍ରୀ ସୁବ୍ରତ ସିଂ , ସାମ୍ବାଦିକ ଶ୍ରୀ କ୍ଷମାନିଧି ନାୟକ , ଶ୍ରୀ ରମେଶ ବାରିକ , ବଡ ସଥପଥୀ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ସଂଗ୍ରାମୀ ଙ୍କର ମୃତ୍ୟୁ ରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।।

 

0
0
0
s2sdefault