ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କମିଟିର ସାଧାରଣ ସଂପାଦକ ହେଲେ ଗୋପୀ ବଲ୍ଲଭ ପରିଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି କମିଟିର ସାଧାରଣ ସଂପାଦକ ଭାବେ ଗୋପୀ ବଲ୍ଲଭ ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି । ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୁପାରିଶ ଓ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନକ୍ରମେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ତାଙ୍କୁ କାର୍ଯ୍ୟାଳୟ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପରିଡା ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିଥିବାରୁ ତାଙ୍କୁ ଏହି ପଦରେ ନିଯୁକ୍ତି କରାଯାଇଥିବା ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କିଭଳି ବିଜେଡି ସମର୍ଥୀତ ପ୍ରାର୍ଥୀମାନେ ଅଧିକ ସଂଖ୍ୟାରେ ବିଜୟୀ ହେବେ ସେ ନେଇ ଶ୍ରୀ ପରିଡା ଦକ୍ଷତାର ସହିତ କାର୍ଯ୍ୟ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ମନ୍ତ୍ରୀ ଶ୍ରୀ ଜେନା ଏବଂ ବ୍ଲକର ବିଜେଡି ନେତୃମଣ୍ଡଳୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault