ରଣପୁର(ପ୍ରସନ୍ନ ସାମନ୍ତରାୟ) : ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁ ବାର ସୁଦ୍ଧା ୬୯୫ ଜଣ ପ୍ରାଥୀ ବିଭିନ୍ନ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି | ସେଥି ମଧ୍ୟରୁ ୯୩ ଜଣ ସରପଞ୍ଚ ୭୩ ଜଣ ସମିତି ସଭ୍ୟ ପଦଵୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୱାର୍ଡ ସଭ୍ୟ ପାଇଁ ଗୁରୁବାର ସୁଦ୍ଧା ମୋଟ ୫୨୯ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ନାମାଙ୍କନ ଦାଖଲ ର ପ୍ରଥମ ଦିନ ରେ ୮ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ, ୨୩ ଜଣ ୱାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନ ୮ ଜଣ ସରପଞ୍ଚ, ୪ ଜଣ ସମିତି ସଭ୍ୟ, ୨୩ ଜଣ ୱାର୍ଡ ମେମ୍ବର
ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ | ସେହି ଭଳି ତୃତୀୟ ଦିନରେ ୫୭ ଜଣ ସରପଞ୍ଚ, ୪୮ ଜଣ ସମିତି ସଭ୍ୟ, ୩୪୮ ଜଣ ୱାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଚତୃର୍ଥ ଦିନ ତଥା ଗୁରୁବାର ୨୦ ଜଣ ସରପଞ୍ଚ, ୨୦ ସମିତି ସଭ୍ୟ, ୧୩୫ ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ କରିଥିବା ରଣପୁର ବ୍ଲକ ରୁ ସୂଚନା ମିଳିଛି | ସର୍ବମୋଟ ବିଭିନ୍ନ ପଦବୀ ପାଇଁ ୬୯୫ ଜଣ ପ୍ରାର୍ଥୀ ଆଜି ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ରଣପୁର ବ୍ଲକ ଜିପିଓ ସୁବାଷ ଚନ୍ଦ୍ର ସେଠିଙ୍କ ଠାରୁ ସୂଚନା ମିଳିଛି | କୋଭିଡ କଟକଣା କୁ ଆଖି ଆଗରେ ରଖି. ସମସ୍ତ ପାର୍ଥି ନିଜ ନିଜର ପ୍ରସ୍ତାବକ, ସମର୍ଥକ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ବିଶେଷ୍ଙ୍କ ସହିତ ଯାଇ ପାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା | ସମସ୍ତ ପଂଚାୟତରେ ଶାନ୍ତି ଶୃଙ୍ଖଳାର ସହିତ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛ | ତେବେ ଆଜିର ନାମଙ୍କନରେ ବଜ୍ରକୋଟ ପଞ୍ଚାୟତରେ ସରପଞ୍ଚ ପ୍ରାଥୀ ଭାବେ ବିରଞ୍ଜି କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ବନିତା ବଳିୟାରସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ସେହିଭଳି ସମିତି ସଭ୍ୟ ଭାବେ ସୁଦର୍ଶନ ମାନସିଂହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଗଡବାଣିକିଲୋ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ଦିଲୀପ କୁମାର ପରିଡା ଓ ସରପଞ୍ଚ ପାଇଁ ଇନ୍ଦ୍ରମଣି ରାଉତରାୟ, ପିମ୍ପଲ ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ପୁଷ୍ପାଞ୍ଜଳି ନାୟକ, ସମିତି ସଭ୍ୟ ପ୍ରଶାନ୍ତ କୁମାର ପରିଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ସେହିଭଳି ଲୋଧାଚୁଆ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ରଶ୍ମିତା ନାୟକ, ସ୍ମିତା ରାଉତରାୟ ନାମାଙ୍କନ ଦାଖଲ କରିଛନ୍ତି | ସେହିଭଳି ସମସ୍ତ ପଞ୍ଚାୟତ ରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରାଯାଇଥିବା ଜଣାପଡିଛି
ରାଜ୍ୟ
ରଣପୁର ବ୍ଲକରେ ଚାରି ଦିନରେ ୬୯୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
- Hits: 619