ହେଡଲାଇନସ୍:

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଳରେ ଡିଭାଇଡର କାମ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ: ପାଇକମାଳ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସୱେ ରେ ଅନେକ ଦୁର୍ଘଟଣା ଘଟି ୪ମାସ ଭିତରେ ପ୍ରାୟ ୧୦ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଳ ସାମ୍ବାଦିକ ମାନେ ମିଠାପାଲିରୁ ପାଇକମାଳ କଲୋନିପଡା ପର୍ଯ୍ୟନ୍ତ ରାସ୍ତା ରେ ଡିଭାଇଡର ଦେବା ପାଇଁ ଦାବି କରି ଆସୁଥିଲେ । ଅକ୍ଟୋବର୍  ୨୫ ତାରଖ ଦିନ ଏନେଇ ପାଇକମାଳ ବିଡିଓଙ୍କୁ ଏକ ଦାବି ପତ୍ର ଦିଆଯାଇଥିଲା | ୧ମାସ ଭିତରେ ଦାବି ପୁରଣ ନହେଲେ ନଭେମ୍ବର ୨୫ ରେ ଧାରଣା ଦେବା ପାଇଁ ସ୍ଥିର କରାଯାଇଥିଲା । ନଭେମ୍ବର ୨୪ ତାରିଖ ପଦ୍ମପୁର ପୂର୍ତ୍ତ ବିଭାଗ ଏସଡିଓ ଜିତେନ୍ଦ୍ର ମେହେର ପାଇକମାଳ ସାମ୍ବାଦିକ ମାନଙ୍କୁ ଡକାଇ ଡିଭାଇଡର ନିର୍ମାଣ ପାଇଁ ଟେଣ୍ତର ଡକାଯାଇଛି ଖୁବ ଶିଘ୍ର ଡିଭାଇଡର ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପ୍ରତିଶ୍ରୁତି ଆଧାରରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ଗୁରୁବାର ମିଠାପାଲି ଠାରୁ ବିଜୁ ଏକ୍ସପ୍ରେସୱେ ରେ ଡିଭାଇଡର କାମ ଆରମ୍ଭ ହୋଇଥିବାରୁ ପାଇକମାଳ ସାମ୍ବାଦିକମାନଙ୍କୁ ପାଇକମାଳ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ସାମ୍ବାଦିକ ମାନଙ୍କୁ ଏହି କାମରେ ପାଇକମାଳ ନାଗରିକ କମିଟି ଓ ବଣିକସଂଘର କର୍ମକତ୍ତାମାନେ ପୂର୍ଣ ସହଯୋଗ କରିଥିଲେ ।

0
0
0
s2sdefault