ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) :-ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନରେ ବିଜେଡି ଦଳରୁ ୨୪ ନଂ ଜୋନ୍ ପାଇଁ ବିପ୍ଳବ କିଶୋର କାପ, ୨୬ ନଂ ଜୋନ୍ ପାଇଁ ଜସ୍ମିତା ସେଠୀ ଓ ୨୭ ନଂ ଜୋନ୍ ପାଇଁ ଭୂପତି ଭୂଷଣ ଷଣ୍ଢ ସେମାନଙ୍କର ନାମାଙ୍କନପତ୍ର କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ସେହିପରି ଭାରତୀୟ ଜନତାପାର୍ଟି ପକ୍ଷରୁ କେବଳ ୨୬ ନଂ ଜୋନ୍ରେ ବିଜୟଲକ୍ଷ୍ମୀ ବେହେରା ନାମାଙ୍କନପତ୍ର ଦାଖଲ କରିଥିଲା ବେଳେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବା ଜଣାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ପକ୍ଷରୁ ୨୮ ନଂ ଜୋନ୍ ପାଇଁ ପ୍ରାର୍ଥୀ ଭାବେ ଶୁଭଶ୍ରୀ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି । ଅପରପକ୍ଷରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ତାରିଖ ଘୋଷଣା କରାଯିବାର ତିନି ଦିନ ବିତିଯାଇଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ଏହି ବ୍ଲକ ଅଧିନରେ ଥିବା ୫ ଟି ଜୋନ୍ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିଲା ବେଳେ ବିଜେପି ପକ୍ଷରୁ ୨୪ ନଂ ଜୋନ୍ ପାଇଁ ପ୍ରାର୍ଥୀଙ୍କନାମ ଘୋଷଣା କରାଯାଇନାହିଁ ।
ରାଜ୍ୟ
ବିଜେଡ଼ିରୁ ବିପ୍ଳବ, ଜସ୍ମିତା ସେଠୀ ଓ ଭୂପତି , ଆଉ ବିଜେପି ପକ୍ଷରୁ ବିଜୟଲକ୍ଷ୍ମୀ କଲେ ନାମାଙ୍କନ ଦାଖଲ
- Hits: 727







