ହେଡଲାଇନସ୍:

ପଞ୍ଚାୟତ ନିର୍ବାଚନ: ଜଗତସିଂହପୁର ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:/ସୁମନ୍ତ କୁମାର ଦାସ- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଜି ଜଗତସିଂହପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ନମ୍ୱର ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ତଥା ତିର୍ତ୍ତୋଲ ବ୍ଳକ ବିଜୁ ଜନତା ଦଳର ସଭାପତି ଗଙ୍ଗାଧର ବିଶ୍ୱାଳ ସ୍ଥାନୀୟ ବିଧାୟକ ବିଜୟ ଶଙ୍କର ଦାସ ଏବଂ ନିଜର ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜଗତସିଂହପୁର ବ୍ଲକର ଅତ୍ୟନ୍ତ ସମ୍ବେଦନଶୀଳ ଗ୍ରାମ ପଞ୍ଚାୟତ ଭାବେ ଜଣାଶୁଣା ସମଙ୍ଗ ଏବଂ ଅୟର ପଞ୍ଚାୟତରେ ପୃଥକ ପୃଥକ ଭାବେ ମୋଟ ୫ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ସେମାନଙ୍କର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ତେବେ ସମଙ୍ଗ ପଞ୍ଚାୟତ ରୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ଭାବେ ସୁଚିସ୍ମିତା ପଟ୍ଟନାୟକ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ, ଏପର୍ଯ୍ୟନ୍ତ ସୂଚନା ମୁତାବକ ସମଙ୍ଗ ପଞ୍ଚାୟତରେ ଶାସକ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ନ ଥିବା ସ୍ଥଳେ ନିଜକୁ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀନୀ ଦର୍ଶାଇ ଅନ୍ନପୂର୍ଣ୍ଣା ବେହେରା ନିର୍ବାଚନ ଅଧିକାରୀ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ସେହିଭଳି ଅୟର ପଞ୍ଚାୟତରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀ ତଥା ପୂର୍ବରୁ ବହୁବାର ଶାସନ କ୍ଷମତା ଦଖଲରେ ରହିଥିବା ଅଭିଜ୍ଞ ରାଜନେତା ବସନ୍ତ କୁମାର ସ୍ୱାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ମାନସ କୁମାର ବିଶ୍ବାଳ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସରୋଜ କୁମାର ଲେଙ୍କା ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ତେବେ ଚଳିତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ମାନସ କୁମାର ବିଶ୍ବାଳ ପ୍ରାର୍ଥୀ ହୋଇଥିବା ଯୋଗୁଁ ପୁର୍ବଥର ଭଳି ଶାସକ ବିଜୁ ଜନତା ଦଳକୁ ଏତେ ସହଜସାଧ୍ୟ ବିଜୟ ମିଳି ପାରିବ ନାହିଁ ବୋଲି ଅୟର ପଞ୍ଚାୟତ ରେ ଚର୍ଚ୍ଚା ଜୋର ଧରିଛି। ସେହିଭଳି ସମଙ୍ଗ ପଞ୍ଚାୟତ ର ରାଜନୈତିକ ଚିତ୍ର ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ଜଣାପଡ଼ିଛି। ବିଗତ ଦିନରେ ଏହି ପଞ୍ଚାୟତ ର ସରପଞ୍ଚ ପଦବି ଟି ବାରମ୍ବାର ଶାସକ ଦଳ ବିପକ୍ଷରେ ଯାଉଥିବା ବେଳେ ବର୍ତ୍ତମାନର ଚିତ୍ର ଅନୁଯାୟୀ ଶାସକ ମନମୁଖୀ କାର୍ଯ୍ୟଶୈଳୀ ଅନୁସାରେ ଏହା ବିପକ୍ଷବାଦୀ ଙ୍କୁ ସୁହାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

0
0
0
s2sdefault