ହେଡଲାଇନସ୍:

ଏମନ୍ତ କଥା, ଯାହା ଶୁଣି ନରସିଂହଙ୍କ ଘୁରିଗଲା ମଥା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

27-07-18-loo.jpg - 119.70 kB

ବଲାଙ୍ଗୀର/ନିରୋଜ ମିଶ୍ର 

 ମହାତ୍ମା ଗାନ୍ଧୀ କିଏ ?  ତାଙ୍କୁ କିଏ ମାରିଥିଲେ ? ସେ ଦେଶପ୍ରେମୀ ନ ଦେଶ ଦେଶଦ୍ରୋହି ?  ଏମିତି କିଛି ପ୍ରଶ୍ନ ଆଉ ତା ସହିତ ପଣିକିଆ | ପଚାରିଥିଲେ, ଭାବିଥିଲେ ପିଲାମାନେ ଜାଣିଥିବେ | ହେଲେ ପିଲାଙ୍କ ଭିତରୁ କିଛି ଯାହା ଉତ୍ତର ଦେଲେ ତାହା ଶୁଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କର ମଥା ଘୁରି ଯାଇଥିଲା | ଅବଶ୍ୟ ଆମେ ଏହା ପିଲାଙ୍କୁ ଦୋଷ ଦେଉନୁ କି ମାଷ୍ଟରଙ୍କୁ | ଆମେ ନିହାତି ଭାବେ ଦାୟୀ କରିବୁ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ | 

ଅବସର ଥିଲା  ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ମହା ବିଦ୍ୟାଳୟ ର ନୂତନ କୋଠା ତଥା ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ବହୁମୁଖୀ ସମିଳନୀ ଗୃହ ର ଉଦ୍ଘାଟନ | ଯୋଗ  ଦେଇଥିଲେ  ବିରୋଧୀଦଳ ନେତା ତଥା  ବଲାଙ୍ଗୀର ବିଧାୟକ  ନରସିଂହ ମିଶ୍ର | ଉଦ୍ଘାଟନ କରିବା ଅବସରରେ କିଛି ଶ୍ରେଣୀକୁ ଯାଇ କିଛି ସାଧାରଣ ଜ୍ଞାନ ପିଲାଙ୍କୁ ପଚାରିଥିଲେ | ପିଲାମାନେ ସାଧାରଣ ପ୍ରଶ୍ନ ଗୁଡିକର ଉତ୍ତର ଅତ୍ୟନ୍ତ ଅସାଧାରଣ ବା ଅସ୍ୱାଭାବିକ ଉତ୍ତର ଦେଇଥିଲେ | ଯାହାକି ଉପସ୍ଥିତ ସମସ୍ତଙ୍କୁ ଅଖାଡୁଆ ଲାଗିଥିଲା |  

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ  ଶିକ୍ଷା ହିଁ ଦେଶ ର ଅର୍ଥନୈତିକ ଓ ସାମାଜିକ ବିକାଶ କରିଥାଏ | କିନ୍ତୁ ଆଜି ର ଶିକ୍ଷାବ୍ୟବସ୍ଥାରେ ସରକାର ନିଜେ ସୁଧାର ଆଣିବା ପରିବର୍ତ୍ତେ ଅନ୍ଧାର ଭିତର କୁ ଠେଲି ଦେଉଛନ୍ତି |  ଶିକ୍ଷା ହେଉଛି ଆମର ମୌଳିକ ଅଧିକାର, ସରକାର ର ଦାୟିତ୍ୱ ସମସ୍ତ ଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା,ଆହୁରି ମଧ୍ୟ ଉନ୍ନତ ଶିକ୍ଷା ପାଇଁ ଉନ୍ନତ ମlନ ର ଶିକ୍ଷକ ନିଯୁକ୍ତି ,ତାହା ପୁଣି ଠିକ ପାରିଶ୍ରମିକରେ. | .କିନ୍ତୁ ଆଜିର ସରକାର ବିଭିନ୍ନ ପ୍ରକାର ର ଶିକ୍ଷକ ଭିନ୍ନଭିନ୍ନ ଦରମାରେ ନିଯୁକ୍ତି  ଦେଇ ଶିକ୍ଷାବ୍ୟବସ୍ଥା କୁ ଅନିଶ୍ଚିତତା ମଧ୍ୟକୁ ନେଉଛନ୍ତି ,ଏ ସମସ୍ୟା କୁ ନେଇ ବିଧାନ ସଭା ରେ ବାରମ୍ବାର ଆଲୋଚନl  ଓ ଦାବି କଲେ ମଧ୍ୟ ସରକାର ନିରୁତ୍ତର | 

ତେଣୁଏଭଳି ଏକ ସମସ୍ୟା ରୁ ମୁକୁଳିବାକୁ ହେଲେ ଶିକ୍ଷକ ସମାଜ ଆହୁରି ସଚେତନ ହେବl ଦରକାର | ମଣିଷ ତିଆରି କରୁଥିବା ଏହି ଶିକ୍ଷକ ସମାଜ ନିଜସ୍ୱ ଦର୍ଶନ ଦ୍ୱାରା ସମାଜ ରେ  ଆରମ୍ଭ ହୋଇଥିବା ପରିବର୍ତ୍ତନ ର ଧାରା କୁ ସମ୍ପୂର୍ଣତା ଆଣିବାରେ ନିଜେ ପଥ ପ୍ରଦର୍ଶକ ହୁଅନ୍ତୁ ,ତାହାହେଲେ ହିଁ ଆମ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରିବା ଦିଗ ରେ କେହି ପ୍ରତିବନ୍ଧକ ସୃଷ୍ଟି କରିପାରିବେ ନାହିଁ ଶ୍ରୀ ମିଶ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି | 

   

0
0
0
s2sdefault