ହେଡଲାଇନସ୍:

ଜଳସେଚନ ବିଭାଗ ପକ୍ଷରୁ ନୂତନ ପୋଲ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବି କଲେ ଗ୍ରାମବାସୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: କେନ୍ଦୁପାଟଣା ଜଳସେଚନ ବିଭାଗ ଅଧିନରେ ଥିବା ୮ନଂ କେନାଲ ର ୮ଏଫ୍ ଶାଖା କେନାଲ ଉପରେ ବଡକ୍ଷୀର ପଂଚାୟତ ବସ୍ତିଆ ସାହି ନିକଟରେ ହୋଇଥିବା ପୋଲଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଗତ ଖରିଫ୍ ଋତୁ ଧାନ ଚାଷ ସମୟରେ କେନାଲରେ ପାଣି ଛଡାଯିବା ସମୟରେ ଏହି ପୋଲଟିର ଗୋଟିଏ ପାଶ୍ୱର୍ର ଗାର୍ଡୱାଲ କେନାଲ ମଧ୍ୟକୁ ଭୁସୁଡି ପଡିଥିଲା । ଯାହାଦ୍ୱାରା ଏହି ପୋଲ ଦେଇ ଯାତାୟତ ପାଇଁ ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ସ୍ଥାନୀୟ ଅଂଚଳର ଶହଶହ ସଂଖ୍ୟାର ଲୋକ ଏହି ପୋଲ ଉପରେ ଯାତାୟତ ପାଇଁ ନିର୍ଭର କରୁଥିବା ବେଳେ ଧାନକଟା ସମୟରେ ଚାଷୀମାନେ ଟ୍ରଲି, ଟ୍ରାକ୍ଟର ଓ ଅଟୋ ସାହାଯ୍ୟରେ ଧାନକୁ ନେଇ ଏହି ପୋଲୋ ପଟେ ଯାଇଥାନ୍ତି । ଏବେ ଏହି ପୋଲଟି ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଗାଡିମଟର ଯିବା ଠପ୍ ହୋଇଯାଇଛି । ସ୍ଥାନୀୟ ଲୋକମାନେ ଏହି ପୋଲକୁ ମରାମତି କରିବା ପାଇଁ ଅଭିଯୋଗ କରିବା ପରେ ଜଳସେଚନ ବିଭାଗ ପକ୍ଷରୁ କେବଳ ବାଲିବସ୍ତା ରଖିଦେଇ କାର୍ଯ୍ୟ ଶେଷ କରିଦେଇଛନ୍ତି । ବର୍ତମାନ କେନାଲରେ ପାଣି ନଥିବାରୁ ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଠାରେ ଲୋକମାନେ ଦାବି କରିଛନ୍ତି ।

0
0
0
s2sdefault