ପଦ୍ମପୁର(ଶାସକପ୍ରଶାସକ)-ମଙ୍ଗଳବାର ଅପରାହ୍ନ ୦୩.୩୦ ରେ ବରଗଡ ଜିଲ୍ଲା ର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧ ର ମିଳିତ ଉଦ୍ୟମ ରେ ମହାନ ଯୋଗୀ ଓ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ସପ୍ତାହ ର ପବିତ୍ର ଅବସର ରେ ଏକ ୱେବିନlର ଅଞ୍ଚଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ମହାବିଦ୍ୟାଳୟ ର ଛାତ୍ର ଶ୍ରୀ ବାଳମୁକୁନ୍ଦ ନିଆଲ ଶାନ୍ତି ପାଠ ଓ ଛାତ୍ରୀ ସୁଶ୍ରୀ ସୁନୀତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ l ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧ ର ସଂଯୋଜକ ଯତୀନ୍ଦ୍ର କୁମାର ପ୍ରାରମ୍ଭିକ ସୂଚନା ଦେଇ ଥିଲେ l ପ୍ରlଧ୍ୟlପକ ଲଲିତ୍ ମୋହନ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ଦର୍ଶନ ଉପରେ ସାରଗର୍ଭକ ଆଲୋଚନା କରିଥିଲେ l ଅଧ୍ୟାପକ ଗଗନ ବିହାରୀ ଡ଼ନସନା ଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଧ୍ୟାପକ ବିଦ୍ୟାଧର ଦାଶ କାର୍ଯକ୍ରମ ର ସଂଯୋଜନା କରି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିନ୍ଧ୍ୟବlସିନି ମହାବିଦ୍ୟାଳୟ, ପାଇକମାଳ ର ଛାତ୍ରୀ ସୁଶ୍ରୀ ଇତିଶ୍ରୀ ସାହୁ ବିଦାୟୀ ସଙ୍ଗୀତ ଗାନ ଓ ଅଲେଖ ସାଗରିଆ ଶାନ୍ତି ମନ୍ତ୍ର ପାଠ କରିଥିଲେ। ସମଗ୍ର ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ମହାବିଦ୍ୟାଳୟ ର ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
ରାଜ୍ୟ
ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନlର
- Hits: 675