ହେଡଲାଇନସ୍:

ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ନିର୍ବାଚନ କମିଶନର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ନିଜ ଜିଲ୍ଲାରେ ସାମିଲ ହେବେନି ନେତା ଓ ମନ୍ତ୍ରୀ

  •  ସରକାରୀ ଯୋଜନା ପ୍ରଚାର ସଂପର୍କିତ ପ୍ରଜ୍ଞାପନ ମେଢ଼କୁ ବାରଣ

  •  ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର

ଭୁବନେଶ୍ୱର(ଶାସକ ପ୍ରଶାସକ) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରିପ୍ରେକ୍ଷୀରେ ଚଳିତ ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛିା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ନିର୍ବାଚନ ଅବଧି ମଧ୍ୟରେ ସାଧାରଣତନ୍ତ୍ର କିପରି ଭାବେ ପାଳନ କରାଯିବ ସେଥି ନେଇ ଏକ ମାର୍ଗଦର୍ଶିକାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ  ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆରଡିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ପ୍ରେରଣ କରାଯାଇଛିା
ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ୍ ପାହ୍ୟା, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବା ଏଥିରେ କୌଣସି ପ୍ରକାର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସଂପର୍କରେ ଉଲ୍ଲେଖ ରହିବ ନାହିାଁ ଏଥି ସହିତ କ୍ୟାବିନେଟ୍ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜର ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିାଁ
ଚଳିତ ସାଧାରଣତନ୍ତ୍ର ଦିବସରେ ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛିା
ଏଥି ସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସଂପର୍କିତ ଭାଷଣ ଦେଇପାରିବେ ନାହିାଁ
ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛିା

0
0
0
s2sdefault