ଜଗତସିଂହପୁର/ସୁମନ୍ତ କୁମାର ଦାସ: ଏସ୍.ୟୁ.ସି ଆଇ (କମ୍ୟୁନିଷ୍ଟ), ଜଗତସିଂହପୁର ଜିଲ୍ଲା କମିଟି ତରଫରୁ ଅତ୍ୟନ୍ତ କ୍ଷୋଭର ସହିତ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ ପୂର୍ବକ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଂପ୍ରତି ଢିଙ୍କିଆରେ ଗ୍ରାମବାସୀଙ୍କ ଉପରେ ହୋଇଥିବା ଅମାନୁସିକ ପୋଲିସ ଆକ୍ରମଣ ସମସ୍ତ ଗଣତାନ୍ତ୍ରିକ ରିତିନୀତିର ସୀମା ଉଲଂଘନ କରିଛି । ଢିଙ୍କିଆରେ ଗ୍ରାମରେ ପୋଲିସ କ୍ୟାମ୍ପ କରାଯିବା ସହିତ ପୋଲିସ ଦ୍ବାରା ଅନ୍ୟାୟ ଗିରଫଦାରି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ସାଧାରଣ ଲୋକଙ୍କୁ ଲାଛିତ କରାଯାଉଛି । କୌଣସି ଫ୍ୟାକ୍ଟ ଫାଇଂଡିଙ୍ଗ ଟିମକୁ ଉକ୍ତ ଅଂଚଳକୁ ଛଡାଯାଉ ନାହିଁ । ଚିକିତ୍ସା ଓ ଦୈନଦିନ ଜୀବନର ଆବଶ୍ୟକତା ପାଇଁ ଲୋକେ ଗାଁରୁ ବାହାରି ପାରୁ ନାହାନ୍ତି । ଏଣୁ ନିମ୍ନଲିଖିତ ଦାବିଗୁଡିକୁ ଅବିଳମ୍ବେ ପୂରଣ କରିବା ପାଇଁ ଉକ୍ତ ସ୍ମାରକ ପତ୍ର ପ୍ରଦାନ କରୁଛନ୍ତି l ଢିଙ୍କିଆରେ ଗ୍ରାମରୁ ପୋଲିସ କ୍ୟାମ୍ପ ତୁରନ୍ତ ଉଠାଇ ନିଆଯାଉ l ଅନ୍ୟାୟ ଗିରଫଦାରି ବନ୍ଦ କରାଯାଉ । ଗିରଫ ହୋଇଥିବା ଦେବେନ୍ଦ୍ର ସ୍ବାଇଁ ଓ ଅନ୍ୟ ଆନ୍ଦୋଳନକାରିଙ୍କୁ ତୁରନ୍ତ ଖଲାସ କରାଯାଉ l ବଳପୂର୍ବକ ଜମି ଅଧିଗ୍ରହଣ ବନ୍ଦ କରାଯାଉ l ଜେ. ଏସ୍. ଡବ୍ଲା ପ୍ରକଳ୍ପ ବାତିଲ କରାଯାଉ l ପାରାଦ୍ବୀପ ବନ୍ଦର ଓ ଶିକ୍ଷାଂଚଳ ଲାଭାଂଶର ଅନ୍ୟୁନ ଦଶ ପ୍ରତିଶତ ଜିଲ୍ଲାର ସ୍ୱାସ୍ଥ୍ୟସେବା, ପାନିୟ ଜଳ ଯୋଗାଣ ଓ ରାସ୍ତାଘାଟ ନିର୍ମାଣ ଆଦିରେ ବ୍ୟୟ କରାଯାଉ lଅନ୍ୟାୟ ଲାଠିଚାର୍ଜ ନିର୍ଦେଶ ଦେଇଥିବା ପୋଲିସ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l