ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ -୨୦୨୨ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ୱାରା ଆସନ୍ତା ଜାନୁୟାରୀ -୨୬ ତାରିଖ ଦିନ ସକାଳ -୫ଟା ସମୟରେ ରାମଧୁନ ପରିବେଷଣ , ସକାଳ -୮.୦୦ ପୂର୍ଵରୁ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ।
ସକାଳ ୮-୩୦ ସମୟରେ ଜିଲ୍ଲାସ୍ତରୀୟ ପତାକା ଉତ୍ତଳୋନ ଗଜପତି ଷ୍ଟାଡିୟମ ପାରଳାଖେମୁଣ୍ଡି ବିନା ଜନସାଧାରଣଙ୍କ ଉପସ୍ଥିତରେ କରାଯିବ। ତୃତୀୟ ଲହର ସଂକ୍ରମଣ ଓ କୋଭିଡ୍ କଟକଣାକୁ ଦୃଷ୍ଟି ରଖି କେବଳ ସୁରକ୍ଷା ବାହିନୀକୁ ପରେଡରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି । ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମହାବିଦ୍ୟାଳୟ ଦ୍ୱାରା ହାଇସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନଲାଇନ କୁଇଜ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।
ସାଧାରଣତନ୍ତ୍ର ଦିବସ ଦିନରେ ଗଜପତି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ଡାକ୍ତରଖାନା , କୁଷ୍ଟାଆଶ୍ରମ , କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରହିଛି ।
ଗଜପତି ଷ୍ଟାଡିୟମରେ ବ୍ୟାରିକେଡିଙ୍ଗି, ଚୌକି, ଟେଣ୍ଟ , ସାନିଟାଇଜର ବ୍ୟବସ୍ଥା , ପାନୀୟଜଳ , ପ୍ରାଥମିକ ଚିକିତ୍ସା , ଶାନ୍ତିଶୃଙ୍ଖଳା , ପରେଡ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା। ଗଜପତି ଜିଲ୍ଲାର ବିଭାଗୀୟ ଅଧିକାରୀ , ସାମ୍ବାଦିକ ଉପସ୍ଥିତରେ ସୀମିତ ମାତ୍ରାରେ ଅତିଥିଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି , ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ , ଡ଼ିଡ଼ି ଉଦ୍ୟାନ ବିଭାଗ , ଇଓ ମ୍ୟନୁସିପାଲଟି, ଡ଼ିଏସଓ , ଡିଡବ୍ଲ୍ୟୁଓ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିଶା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶ୍ରୀ ନରସିଙ୍ଗ ଭୁଜବନ୍ଧୁ ଓ ଦିଲ୍ଲୀପ ରଥ ପ୍ରମୁଖ ଉପସ୍ଥିତ ଥଲେ।

0
0
0
s2sdefault