ହେଡଲାଇନସ୍:

କୋଭିଡ କଟକଣା ମଧ୍ୟରେ ହେବ ଗଣତନ୍ତ୍ର ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଉରକେଲା ରେ ପ୍ରସ୍ତୁତି ବୈଠକ।

ରାଉରକେଲା,(ବସନ୍ତ ଜେନା); ୭୩ତମ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ସୋମବାର ରାଉରକେଲା ମହାନଗର ନିଗମ ଉପାୟୁକ୍ତ ଶ୍ରୀଯୁକ୍ତ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାର ଙ୍କ ଗୃହ ବିଭାଗ ଦ୍ବାରା ଜାରି ନିଦ୍ଦେଶାନୁସାରେ ଚଳିତବର୍ଷ କୋଭିଡ କଟକଣା ମଧ୍ଯ ରେ ଗଣତନ୍ତ୍ର ଦିବସ ରାଉରକେଲା ରେ ପାଳନ କରାଯିବ।
ବୈଠକ ରେ ଗଣତନ୍ତ୍ର ଦିବସ ସମାରୋହ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ, ସୀମିତ ଅତିଥି ମାନଙ୍କ ଉପସ୍ଥିତି ରେ ପାଳନ କରିବାକୁ ଗୁରୁତ୍ବ ଦିଆଯାଇ ଥିଲା। ୨୬ ଜାନୁଆରୀ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭଗ ତରଫରୁ ଡାକ ବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷ ୫ଘଟିକାରେ ରାମଧୂନ ପରିବେଷଣ ସହ ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ କାଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଅନୁଷ୍ଠାନ ର ମୁଖ୍ଯ ଙ୍କ ଦ୍ବାରା କରାଯିବ। ସ୍ଥାନିୟ ଉଦିତନଗର ପଡିଆ ଠାରେ ସକାଳ ଘ୮.୩୦ ମିନିଟ ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଅଭିବାଦନ ଗ୍ରହଣ କରିବେ | କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନୀ ଦ୍ୱାରା ଅଭିବାଦନ ଗ୍ରହଣ କରାଯିବ | ଏହାଛଡା କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି| କୋଭିଡ କଟକଣା ଯୋଗୁଁ ଅନଲାଇନ ରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ। ଚଳିତବର୍ଷ ମଧ୍ଯ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରା ଯାଇଛି। ଆଜିର ଏହି ବୈଠକ ରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆ ରେ ସାଜସଜ୍ଜା ସଫେଇ, ପାନୀୟ ଜଳ ଯୋଗାଣ,ଅଭ୍ୟାସ ପ୍ୟାରେଡ , ଟ୍ରାଫିକ ନିୟନ୍ତ୍ରଣ ଇତ୍ୟାଦି ବିଷୟ ରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଆରଜିଏଚ ସୁପରିଟେଣ୍ଡେଣ୍ଟ ଡାକ୍ତର ଜଗଦ୍ଦୀଶ ଚନ୍ଦ୍ର ବାରିକ, ଭାରାପ୍ରାପ୍ତ ଡିଏସପି ଡି.ଆଇ.ବି ଶ୍ରୀ ଭୀମସେନ ନାୟକ, ଆରଏସପି ର ଜିଏମ(ପ୍ରୋଟୋକଲ) ଶ୍ରୀ ବିକେ ରାଉତ, ଅସିଷ୍ଟାଡ ମ୍ୟାନେଜର(ସ୍ପୋର୍ଟ୍ସ) ଶ୍ରୀ ବି ଏନ ପାଢ଼ୀ, ଅସିଷ୍ଟାଡ ମ୍ୟାନେଜର (ପି .ଏଚଏସ) ଶ୍ରୀ ପି କେ ପରିଡ଼ା, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ପି ଜେନା, ସହାୟକ ପୌରାୟୁକ୍ତ ସୁକାନ୍ତ ଚନ୍ଦ୍ର ବେଉୁରା ଓ ନରେନ୍ଦ୍ର ପ୍ରଧାନ, ଆରଆଇ ପୋଲିସ ଶ୍ରୀ ଦିପ୍ତୀ ପ୍ରସାଦ ଜେନା, ପିଡବ୍ଲ୍ୟୁଡି ଏସଡିଓ ଆଶୁତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ବୈଠକ ର ପରିଚାଳନା କରିଥିଲେ।

0
0
0
s2sdefault