ହେଡଲାଇନସ୍:

ପଦ୍ମ ଘୁଂଚି ଘୁଂଚି ଯାଉଛି : ଝୁଲି ରହିଲା ଆରଏମସି ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ ଜେନା): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହା ମଧ୍ୟରେ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି । ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ ହାଇକୋର୍ଟରେ ମାମଲା ଥିବା କାରଣରୁ ରାଉରକେଲା ମହାନଗର ନିଗମ (ଆରଏମସି) ନିର୍ବାଚନ ପ୍ରସଙ୍ଗ ପୂର୍ବଭଳି ଝୁଲି ରହିଛି । ତେବେ ଆରଏମସି ନିର୍ବାଚନ କରାଇବାଲାଗି ରାଜ୍ୟ ସରକାର ଚାହୁଁନାହାନ୍ତି । କାରଣ ଉକ୍ତ ବିବାଦର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନାହିଁ । ଅଦାଲତରେ ମାମଲା ଥିବା କେବଳ ଏକ ଆଳ ବୋଲି ଆଲୋଚନା ହେଉଛି। ରାଉରକେଲା ମହାନଗର ନିଗମ ପାଇଁ ଅତିକମ୍ରେ ୩ ଲକ୍ଷ ଜନସଂଖ୍ୟାର ଆବଶ୍ୟକତା ରହିଛି । ଏଥିପାଇଁ ୩୩ ୱାର୍ଡରେ ରାଉରକେଲାକୁ ଲାଗି ଆହୁରି ୭ଟି ୱାର୍ଡ଼ ସୃଷ୍ଟିକରି ୪୦ ୱାର୍ଡ କରାଯାଇଛି । ତେବେ ବିବାଦ ଉପୁଜିଛି ଦୁଇଟି ପଞ୍ଚାୟତ ଜଗଦା ଓ ଝାଡ଼ତରଙ୍ଗର ମିଶ୍ରଣରୁ । ଏହି ଦୁଇ ପଞ୍ଚାୟତର ଜନସଂଖ୍ୟା ପାଖାପାଖି ୨୦ ହଜାର । ସେମାନେ ଆରଏମସିରେ ସାମିଲ ହେବାକୁ ଚାହୁଁନାହାନ୍ତି । କାରଣ ସେମାନେ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାସହିତ କିଛି ଅଧିକ ଖଜଣା ଦେବାକୁ ବାଧ୍ୟ ହେବେ । ସେମାନଙ୍କ ଗାଁ ବା ପଞ୍ଚାୟତକୁ ମହାନଗରରେ ମିଶାଇବାକୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦୁଇ ପଞ୍ଚାୟତବାସú ୨୦୧୫ ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ବିଚାର କରି ନିର୍ବାଚନ ଉପରେ ରହିତାଦେଶ ଦେଇଥିଲେ । ଆଜିକୁ ୬ ବର୍ଷ ଧରି ସେମିତି କୋର୍ଟରେ ମାମଲା ଗଡ଼ୁଛି । ସରକାର ଆଜି ଯାଏଁ ନିଜର ପକ୍ଷ ରଖି ନାହାନ୍ତି । ଅନ୍ୟପଟେ ୨୦ ହଜାର ଭୋଟରଙ୍କ ପାଇଁ ଯେଉଁ ଦୁଇଟି ପଞ୍ଚାୟତକୁ ସାମିଲ କରାଯାଇଛି, ତାକୁ ବାଦ୍ ଦେଇ ମଧ୍ୟ ମହାନଗର ସୃଷ୍ଟି କରାଯାଇପାରିବ । ସରକାର ଏହା ନ କରି ହାଇକୋର୍ଟଙ୍କ ରହିତା ଦେଶର ଆଳ ଦେଖାଇ ନିର୍ବାଚନ ନକରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସହରରେ ଆଲୋଚନା ହେଉଛି ।

0
0
0
s2sdefault