ହେଡଲାଇନସ୍:

ସପ୍ତ ଭଗ୍ନୀପୀଠ ରେ ଗବେଷକ ଦଳ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)-କିଛି ଦିନ ତଲେ ବରଗଡ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁରେନ୍ଦ୍ର ହୋତା ସୋସିଆଲ ମିଡିଆରେ "ଟଣ୍ଢେଇ ମାନଙ୍କ ସୁରକ୍ଷା ଆବଶ୍ୟକ" ଶିର୍ଷକ ଖବର ପୋଷ୍ଟ କରିଥିଲେ। ଯେଉଁ ଥିରେ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁ ର ଇଷ୍ଟଦେବୀ ମାଁ ସପ୍ତଭଗ୍ନୀ ପୀଠ ଉପରେ ଲେଖାରହିଥିଲା ଏବଂ ସପ୍ତଭଗ୍ନୀ ଙ୍କ ୭ଟି ନାମ ମଧ୍ୟ ରହିଥିଲା।ସେହି ଖବର ସୋଶିଆଲ ମିଡିଆ ରେ ପଢି ଭୁବନେଶ୍ୱର ର ସଂସ୍କୃତି ପ୍ରେମୀ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ସନ୍ତୋଷ ମହାପାତ୍ର ମେଲଛାମୁଣ୍ଡା ଗ୍ରାମ ର ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ଙ୍କୁ ଯୋଗାଯୋଗ କରି ପଣ୍ଡରିପାଣୀ ଗାଁ କୁ ପହଞ୍ଚିଥିଲେ ଏବଂ ମାଁ ସପ୍ତଭଗ୍ନୀ ପୀଠ କୁ ଦର୍ଶନ କରିଥିଲେ ଏବଂ ପଶ୍ଚିମ ଓଡ଼ିଶାର ପୁଷପୁନି ତିହାର କୁ ଉପଭୋ (ଅନୁଧ୍ୟାନ)କରିଥିଲେ । ତାଙ୍କ ସହ ନାଟ୍ୟକାର ତଥା ଗବେଷକ କେଶରଞନ ପଧାନ, ସଂଗୀତ ନିର୍ଦ୍ଦେଶକ ରମେଶ ଗୁରଲ୍ଳା, ଅଧ୍ୟାପକ ପଦୀପ କୁମାର ପଣ୍ଡା,ପୀଠ ଦେହୁରୀ ଯାଦବ ସାହୁ ଏବଂ କମ୍ବୁପାଣି ଚାନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault