ହେଡଲାଇନସ୍:

କଂଗ୍ରେସର ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି: ସଦର ବ୍ଲକ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ନରସିଂହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମମିତା ହତ୍ୟାକାଣ୍ଡ, ନାରୀ ନିର୍ଯ୍ୟାତନା, ବ୍ଲକ ଦୁର୍ନିତି ଓ ଚାଷୀସମସ୍ୟା ହେବ ମୁଖ୍ୟ ପ୍ରସଙ୍ଗ

ବଲାଙ୍ଗିର/ ନିରୋଜ ମିଶ୍ର : ଆଗକୁ ନିର୍ବାଚନ । ପ୍ରସଙ୍ଗ ଅନେକ । ନାରୀ ନିର୍ଯ୍ୟାତନାରେ ସରକାରୀ ମନ୍ତ୍ରୀମାନଙ୍କର ସଂପୃକ୍ତି, ବ୍ଲକ ମାନଙ୍କରେ ସରକାରୀ ଦଳ ନେତାଙ୍କ ଦୁର୍ନିତି, ଚାଷୀ ସମସ୍ୟା ଏବଂ ନିର୍ବାଚନୀ ସଂରକ୍ଷଣରେ ପଛୁଆ ବର୍ଗ ଓ ଜନଜାତିଙ୍କୁ ବାଦ ଦେବା ଘଟଣା ସମାଜର ପ୍ରତ୍େୟକ ବର୍ଗର ଲୋକଙ୍କୁ ଉଦବେଳିତ କରିଛି । ସାଧାରଣ ଜନତା ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ବାରମ୍ବାର ଦାବୀ ଆନେ୍ଦାଳନ କରୁଥିଲେ ହେଁ ଏହି ଜନ ବିରୋଧି ନବୀନ ସରକାର ସେସବୁ ଭୃକ୍ଷେପ କରୁ ନାହିଁ । ଓଲୋଟା ଏସବୁ ସମସ୍ୟାର ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ କ୍ରମାଗତ ଭାବେ ସୁରକ୍ଷା ଦେବାରେ ଲାଗିଛି । ତେଣୁ ଆଜିର ଉପସ୍ଥିତ ଥିବା ବଲାଙ୍ଗିର ସଦର ବ୍ଲକର ପଞ୍ଚାୟତ ସ୍ତରିୟ ନେତୃବୃନ୍ଦମାନେ ସରକାରଙ୍କ ଏହି ଦୋଷ ଦୁର୍ବଳତାକୁ ନେଇ ଗାଁ କୁ ଗାଁ , ଘର କୁ ଘର ଯାଇ ଲୋକଙ୍କ ଆଗରେ ସରକାରର ମୁଖା ଖୌଲନ୍ତୁ ବୋଲି ଆଜି ସଦର ବ୍ଲକ ସ୍ଥିତ ଛତାମଖନା ଠାରେ ଆଗାମୀ ପଞ୍ଚୟତ ନିର୍ବାଚନ କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ନେତୃବୃନ୍ଦଙ୍କୁ କହିଛନ୍ତି । ବ୍ଲକ କଂଗ୍ରେସ କମିଟି ସଭାପତି ରାମପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଗାଁକୁ କାମ ଦେବା ନାଁରେ ଏହି ସରକାର ଓ ତାଙ୍କ ଦଳର କର୍ମୀମାନେ ଦୁର୍ନିତି ରେ ଲିପ୍ତ ରହିଛନ୍ତି । ମାଁକୁ ସମ୍ମାନ ଦେବା କଥା କହୁଥିବା ଏହି ସରକାର ମମିତା ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି । ଚାଷୀ ତାର ଅମଳର ଠିକ ମୂଲ୍ୟ ପାଉ ନାହିଁ । ପଛୁଆ ବର୍ଗ ତଥା ଆଦିବାସୀଙ୍କୁ ନିର୍ବାଚନୀ ସଂରକ୍ଷଣ ରୁ ବାଦ ଦେଇ ତାଙ୍କର ସମ୍ବିଧାନିକ ଅଧିକାରକୁ ହନନ କରିଛି । ଏହି ସବୁ ଚିତ୍ର ଓ ଚରିକ୍ରୁ ନେଇ ଆମ ଦଳର କର୍ମୀମାନେ ଲୋକଙ୍କ ପାଖକୁ ଯାଇ ସମର୍ଥନ ଲୋଡନ୍ତୁ, ଦେଖିବେ ଦଳ ନିଶ୍ଚିତ ଭାବେ ବିଜୟୀ ହେବ । ଉପସ୍ଥିତ ଥିବା ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ନେତା ଓ କର୍ମୀମାନଙ୍କ ମଧ୍ୟରେ ଏକତା ରଖି ନିର୍ବାଚନୀ ଯୋଜନାକୁ ଠିକ ଭାବରେ କାର୍ଯ୍ୟକାରୀ କରି ପାରିଲେ ଆମେ ନିଶ୍ଚୟ ବିଜୟ ଲାଭ କରିବା ବୋଲି କହିଥିଲେ ।

ଆଜିର ବୈଠକରେ ସରପଞ୍ଚ ସମିତି ସଭ୍ୟ ତଥା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଉଭୟ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିଚୟନକୁ ନେଇ ବିଭିନ୍ନ ପ୍ରସ୍ତାବ ଆସିଥିଲା । ଜୋନ ୨୨ ଜିଲ୍ଲା ପରିଷଦ ପ୍ରାର୍ଥି ଭାବରେ ଯୋଶବନ୍ତି ବଘାର ଓ ଜୋନ ୨୩ର ନିଳାଦ୍ରୀ ସେଠଙ୍କ ନାମକୁ ନେଇ ଉପସ୍ଥିତ ଥିବା ନେତା ତଥା କର୍ମୀଗଣ ସମ୍ମତି ପ୍ରକାଶ କରିଥିଲେ । ଆଜିର ବୈଠକରେ ଡିସିସି ସଭ୍ୟ ରାଧାକାନ୍ତ ଭୋଇ, ବିଧାୟକ ବ୍ଲକ ପ୍ରତିନିଧି କିଶୋର ସିଂ ନିନା, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପ୍ରଧାନ, ସଦର ବ୍ଲକ ଉପଧକ୍ଷା ଯୋଶବନ୍ତି ବଘାର, ଲୋକନାଥ କୁମୁରା, ଶ୍ରୀଧର ବାରିକ, ବିଜ୍ଞାନେନ୍ଦ୍ର ମିଶ୍ର, ସଂକିର୍ତନ ମେହେର, ମୋନା କୁମାରୀ ଭୋଇ, ସଞ୍ଜିବ ପ୍ରଧାନ, ରାଜା ପଣ୍ଡା, ଗୋପି ପଟେଲ, ପ୍ରକାଶ ବରେଇ, ଶ୍ରୀପତି ପ୍ରଧାନ, ପଞ୍ଚା ଘିବେଲା, ମହେନ୍ଦ୍ର ମଲିଲଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତରୁ ଦଳିୟ ନେତୃବୃନ୍ଦମାନେ ଉପସ୍ଥିତ ଥିଲେ । ଏହି ସଭାରେ କଂଗ୍ରେସ ଦଳର ଆଦର୍ଶ ଓ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଫାସଡ ର ଯୁବ ନେତା ନିପୁନ ନାଏକ ଓ ସକମାର ପ୍ରେମାନନ୍ଦ ସ୍ୱାଇଁ ଆଜି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।

0
0
0
s2sdefault