ହେଡଲାଇନସ୍:

ରଣପୁର ପଂଚାୟତି ରଣ : ସହଜ ନୁହେଁ, ଲଢେଇ ହେବ ଭୀଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଲାଣି ରାଜନୀତି ସରଗରମ

  • ବିଜେପିକୁ ସୁହାଇପାରେ ବିଜେଡିର ଗୋଷ୍ଠୀକନ୍ଦଳ

  • ତଳସ୍ତରରେ କେଁ କାଁରୁ ମୁକ୍ତ ନୁହେଁ ପଦୁଅଁ ଦଳ

  • କଂଗ୍ରେସ ସାଉଣ୍ଟୁଛି ନିଜର ହଜିଲା ବଳ

  • ଲଢେଇ ପାଇଁ କମର କଷୁଛି ବାମ ଦଳ


ରଣପୁର(ପ୍ରସନ୍ନ ସାମନ୍ତରାୟ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଙ୍କ ତରଫରୁ  ତାରିଖ ଘୋଷଣା ଓ ଆଚରଣ ଵିଧି ଲାଗୁ କରାଯିବା ପରେ ରଣପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଚା ଖଟି ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ବେଶ ଜୋର ଧରିଲାଣି. ଅଧିକାଂଶ ପଞ୍ଚାୟତ ରେ ପୂର୍ବରୁ ନେତା ହେବାର ସ୍ୱାଦ ଚାଖି ସାରିଥିବା ବ୍ୟକ୍ତି ବିଶେଷ ପୁନଃ ପ୍ରାର୍ଥୀ ହେବା ପାଇଁ ଭୋଜି ଭାତର ଆସର ମେଲାଇ ସାରିଥିବା ବେଳେ ଅଧିକାଂଶ ସ୍ଥଳରେ ଦଳର ପୁରୁଣା ନେତା ବାଦପଡୁଥିବାଦେଖା ଯାଉଛି | ତେବେ  ନୟାଗଡ ଜିଲ୍ଲାରେ ରଣପୁର ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନ କରୁଥିବା ବେଳେ ରାଜ୍ୟରେ ବିଜେଡି ସରକାର ବିଭିନ୍ନ ଜନହିତକର ଯୋଜନା, ପ୍ରକଳ୍ପ ନିର୍ମାଣ ଏବଂ ବିଭିନ୍ନ ବର୍ଗ ର ଲୋକଙ୍କ ଲାଗି ପ୍ୟାକେଜ ଘୋଷଣା କରିବା ପରେ ବିଭିନ୍ନ ପଞ୍ଚାୟତ ରେ ମାଳମାଳ ଆଶାୟୀ ପାର୍ଥି ବିଜେଡି ମୁଁହା ହେଉଛନ୍ତି | ଏଠି ବିଜୁ ଜନତା ଦଳ  କୁ ଭାରତୀୟ ଜନତା ପାର୍ଟି କଡା ଟକ୍କର ଦେଇଆସୁଛି | ପୂର୍ବରୁ ନବେ ଦଶକରେ ରଣପୁରକୁ କଂଗ୍ରେସର ଗଡ କୁହାଯାଉଥିବା ବେଳେ ୨୦୦୪ ମସିହାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ମେଣ୍ଟର ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ଏଥିରେ ବ୍ରେକ ଲଗାଇ ବିଧାୟକ ଜିତିଥିଲେ | ରାଜ୍ୟ ସରକାର ଙ୍କ ସମବାୟ ମନ୍ତ୍ରୀ ପଦ  ପାଇଥିଲେ | ତା ପର ନିର୍ବାଚନ ତଥା ମେଣ୍ଟ ଭାଙ୍ଗିବା ପରେ ୨୦୦୯ ରୁ ୨୦୧୯ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀମାନେ ସେମାନଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁରମା ପାଢ଼ୀଙ୍କୁ କଡା ଟକ୍କର ଦେଇ ସ୍ୱଳ୍ପ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି | ତେବେ ଗତ ଥର ପଞ୍ଚାୟତ ନିର୍ବାଚନର ଫଳା ଫଳକୁ ଦେଖିଲେ ଚଳିତ ନିର୍ବାଚନରେ ବିଜୁ ଜନତା ଉପରେ ବିଜେପି ପଲା ଭାରି ପଡିବା ନେଇ ଜନସାଧାରଣ ରେ ଚର୍ଚ୍ଚା ହେଉଛି | ଗତ ଥର ବିଧାନସଭା ନିର୍ବାଚନ ରେ ବିଜେଡି ବିଧାୟକ ଥିବା ରବି ନାରାୟଣ ମହାପାତ୍ର ତାଙ୍କ  ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ସୁରମା ପାଢ଼ୀ ଙ୍କ ଠାରୁ ପ୍ରାୟ 18ହଜାରରୁ ଅଧିକ ଭୋଟ ରେ ଜିତିଥିବା ବେଳେ ବିଜେଡି ର ସାଙ୍ଗଠନିକ ସ୍ଥିତି ବେଶ ମଜବୁତ ଥିବା ଭଳି ମନେ ହେଉଥିଲା | କିନ୍ତୁ ସେହି ସମୟ ରେ ପଞ୍ଚାୟତ ନିର୍ବାଚନ ରେ ସେଭଳି ଆଶାତୀତ ଫଳ ବିଜେଡିକୁ ମିଳିନଥିଲା | ଦଳ ର ଦଳପତିଙ୍କ ପାଖରେ ନିଜର ପାରିବା ପଣିଆ ଜଣାପଡିଯିବା ଭୟରେ ପ୍ରଣାମୁର୍ଚ୍ଛା ଉଦ୍ୟମ କରି ପଞ୍ଚାୟତ ସମିତି ଅଧକ୍ଷ ପଦବୀ ହାତେଇ ଦଳ ସ୍ଥିତି ସଜାଡ଼ିବାକୁ ସମର୍ଥ ହୋଇଥିଲେ | ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରଣପୁର ନିର୍ବାଚନ ମଣ୍ଡଳୀ ର ପ୍ରାୟ ଛଅଟି ଜିଲ୍ଲା ଜିଲ୍ଲା ପରିଷଦ ଜୋନ ରୁ ବିଜେଡି ମାତ୍ର ଦୁଇଟି ଜୋନ ରେ ବିଜୟ ଲାଭ କରିଥିବା ବେଳେ ଚାରୋଟି ଜୋନ ବିଜେପି ଦଳର ହାତକୁ ଚାଲି ଯାଇଥିଲା | ବିଜେଡି ଜିତିଥିବା ଦୁଇ ଜିଲ୍ଲା ପରିଷଦ ପଦ ବିଜେପି ଠାରୁ ମାତ୍ର ଅଳ୍ପ ଭୋଟ ବ୍ୟବଧାନ ଥିଲା | ସେହି ଭଳି  ବ୍ଲକର 37 ଟି ପଂଚାୟତ ରେ 37ଟି ସମିତି ସଭ୍ୟ ମଧ୍ୟରୁ ବିଜେପି 19ଟି ଜିତିଥିବା କହୁଥିବା ବେଳେ 4ଟି ସିପିଏମ ଦଳର ଥିଲା | ବିଜେଡି 18 ଟି ସମିତି ସଭ୍ୟ ହାତେଇବାକୁ ସମର୍ଥ ହୋଇଥିଲା | 37 ସରପଞ୍ଚ ମଧ୍ୟ୍ୟରୁ ବିଜେପି 15 ଓ ବିଜେଡି 21ଜଣ ସରପଞ୍ଚ ଜିତିଥିଲେ ବୋଲି ଦାବି କରିଥିଲେ |
ତେବେ ଚଳିତ ବର୍ଷ ସ୍ଥିତି ସମ୍ପୂର୍ଣ ଭିନ୍ନ ଥିବା ଜଣାପଡିଛି | ଗତ ଥର ବିଧାନସଭା ନିର୍ବାଚନରେ ବିଧାୟକ ଥିବା ରବିନାରାୟଣ ମହାପାତ୍ର ୨୦୧୯ ରେ ବିଜୁଜନତା ଦଳ ଟିକେଟ କାଟି ୨୦୦୯ ରୁ ୨୦୧୪ ମସିହାରେ ବିଧାୟକ ଥିବା ସତ୍ୟନାରାୟଣ ପ୍ରଧାନ ଙ୍କୁ ବିଜୁଜନତାଦଳ ବିଧାୟକ ପ୍ରାର୍ଥୀ କରିଥିଲା | ଯାହା ଦ୍ୱାରା ବିଧାୟକ ରବି ନାରାୟଣ ମହାପାତ୍ର କିଛି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା | ଯାହାରର ପ୍ରତି ଫଳନ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା | ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ବିଜେପି ର ସୁରମା ପାଢ଼ୀ ଙ୍କ ଠାରୁ ମାତ୍ର 3ହଜାର ରୁ ଉର୍ଦ୍ଧ ଭୋଟରେ କମ ବ୍ୟବଧାନରେ ଜିତିଥିଲେ | ରଣପୁର ବିଜେଡି ରେ ଗୋଷ୍ଠିକନ୍ଦଳର ବାସ୍ନା ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ବେଳେ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ସେମାନଙ୍କ ପାରିବାପଣିଆ ଚଳିତ ପଞ୍ଚାୟତ ନିର୍ବାଚନ ଦେଖାଇବେ ଓ ପ୍ରମୁଖ ଭୂମିକା ନେବେ ବୋଲି ଚର୍ଚ୍ଚା ଜୋର ଧରିଛି | ସେହି
ଭଳି  ରଣପୁର ବିଜେଡି ର ପୁରୁଖା କର୍ମୀମାନେ ଅଲୋଡ଼ା ହୋଇ ଥିବା ବେଳେ କିଛି ଯୁବ ନେତୃତ୍ୱ ବା ଗୋଷ୍ଠି କୁ ଧରି ବିଧାୟକ ତାଙ୍କ କାର୍ଯ୍ୟକ୍ରମ ଜାରିରଖିଛନ୍ତି | ଯାହାକୁ ନେଇ ବିଧାୟକଙ୍କ ପ୍ରତି ଦଳୀୟ ନେତାଙ୍କ ମନରେ ଆକ୍ରୋଶ ଧୀରେ ଧୀରେ ବଢ଼ି ବାକୁ ଲାଗିଛି | ଯାହା କିଛି କିଛି ସଭା ସମିତି ଜାଗାରେ ଦେଖିବାକୁ ମିଳୁଛି |ଏହାକୁ ଦେଖିବାକୁ ଗଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ "କାଣ୍ଟେ କା ଟକ୍କର" ହେବା ଥୟ | ରଣପୁରର ରଣ କୌଣସି ଦଳ ପାଇଁ ଏତେ ସହଜ ଯାତ୍ରା ନୁହେଁ | ରଣପୁରର ପୁର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ ବି ରଣପୁର ନିର୍ବାଚନ ମଣ୍ଡଳୀ ରାଜନୀତିରେ ଜଣେ ଅଭିଜ୍ଞ ରାଜନେତା |ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ଓ ଲୋକ ସମ୍ପର୍କ ରହିଛି | ଶାସକ ଦଳର ବିଭନ୍ନ ସଭା ସମିତି ଭଳି ସୁରମା ମଧ୍ୟ ନିୟମିତ ସଭା ପଦଯାତ୍ରା ବିଭିନ୍ନ ଶୋଭା ଯାତ୍ରା ଆୟୋଜନ କରି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି| ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ସମସ୍ତ ପଞ୍ଚାୟତ ରେ ପାର୍ଥି ଦେବ ବୋଲି ସୂଚନା ଦେଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ମଳ ଭାବମୂର୍ତ୍ତି, ସ୍ୱଚ୍ଛ ଶାସନ ଏବଂ ଲୋକହିତକର କାର୍ଯ୍ୟକ୍ରମ ଓ ସୁରମା ପାଢ଼ୀ ଙ୍କ ଦୃଢ ନେତୃତ୍ୱ ଓ ଲୋକସମ୍ପର୍କ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ପାର୍ଥୀଙ୍କୁ ବିଜୟ କରିବାରେ ସହାୟକ ହେଵବୋଲି ବିଜେପି ଆଶା ବାନ୍ଧିଛି | ରଣପୁର ଏନଏସି ରେ ବିଜେଡିର ସ୍ଥିତି ଭଲ ଥିଲେ ମଧ୍ୟ୍ୟ ଏନଏସି ରେ ଚେୟାରମ୍ୟାନ ପଦବୀ ପାଇଁ ଏକାଧିକ ଆଶାୟୀ  ପ୍ରାର୍ଥୀ ଥିବା ବେଳେ ପ୍ରାର୍ଥୀ ଚୟନ ଓ ଅସନ୍ତୁଷ୍ଟ ଗୋଷ୍ଠି ଙ୍କ ପାଇଁ ବିଜେଡି ବିଜେପି ଠାରୁ ପଛରେ ଥିବା ଭଳି ମାନେ ହେଉଛି | ଜଦି ଆଶାୟୀ ଙ୍କୁ ସନ୍ତୁଷ୍ଟ ଓ  ସଠିକ ଟିକେଟ, ଏବଂ ଚୟନ ରେ ଅନିୟମିତତା ହୁଏ ବିଜେଡି ଭୋଟ ବିଜେପି ଖାତାକୁ ଯିବା ସମ୍ଭାବନା ରହିଛି | ବିଜେଡିର ଗୋଷ୍ଠୀକନ୍ଦଳ ବିଜେପିକୁ ଯଦିଓ ସୁହାଇପାରେ, ହେଲେ ବିଜେପି ମଧ୍ୟ ତଳସ୍ତରରେ କେଁ କାଁରୁ ମୁକ୍ତ ନୁହେଁ | ଦଳରେ ନୂଆକର୍ମୀ ଓ ନେତାଙ୍କ ଜମାଣ ବଢୁଥିବା କାରଣରୁ ବହୁ ପୁରୁଣା କର୍ମୀ ଓ ନେତା ନିଜକୁ ଅଲୋଡା ଅନୁଭବ କରି ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୁରେଇ ରଖିଥିବା ବେଳେ ସେମାନଙ୍କ ନିରବ ଭୂମିକା ଦଳପାଇଁ ବି ସମସ୍ୟା ସୃଷ୍ଟି କରିପାରେ |  ଉକ୍ତ ନିର୍ବାଚନ ରେ ପ୍ରତି ପଞ୍ଚାୟତ ରେ କଂଗ୍ରେସ ଓ ସିପିଏମ ମଧ୍ୟ ଅଭିଜ୍ଞ ଓ ନୂତନ ଯୁବ ନେତୃତ୍ୱ ଙ୍କୁ ଅଗ୍ରାଧିକାର ଦେବାରସମ୍ଭାବନା ରହିଛି  | ଉଭୟ ଦଳ ମଧ୍ୟ କର୍ମୀ ସମ୍ମିଳନୀ ଓ ବୈଠକ ଅନୁଷ୍ଠିତ କରି ନିଜ ଦଳର କର୍ମୀମାନଙ୍କୁ ସଜିଲ କରିବାକୁ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି | ବିଭିନ୍ନ ପଞ୍ଚାୟତରେ ପ୍ରାର୍ଥୀ ଚୟନରେ ଏହି ପୁରାତନ ଜାତୀୟ ଦଳର ନେତାମାନେ ଲାଗି ପଡିଛନ୍ତି | କଂଗ୍ରେସ ନିଜର ହଜିଲା ବଳ ସାଉଁଟିବାକୁ ଉଦ୍ୟମ ଚଳାଇଥିବା ବେଳେ ଲଢେଇ ପାଇଁ ବାମ ଦଳ ମଧ୍ୟ କମର କଷୁଥିବା ଆରମ୍ଭ କରିଦେଇଛି |

0
0
0
s2sdefault