ହେଡଲାଇନସ୍:

ନୂଆପଡାରେ ପୁଣି ବାଘ ଆତଙ୍କ, ଗାଈକୁ ମାରି ଖାଇଲା!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା: ନୂଆପଡ଼ା ସଦର ବ୍ଳକ ଧରମବନ୍ଧା କୁଟରେଙ୍ଗାପଡ଼ା ଗାଁରେ ବାଘ ଆତଙ୍କ। ଗାଁ ନିକଟରେ ଏକ ଗାଈକୁ ମାରି ଖାଇଲା ବାଘ। ରବିବାର ସକାଳେ ଏଭଳି ଅଘଟଣ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ରବିବାର ସକାଳ ୭ଟାରେ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲ ପଟେ ଚରାଇ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ପଟେ ଚାଲି ଯାଇଥିଲା । ତେବେ ଗାଈର ତଣ୍ଟିକୁ ଧରି ରକ୍ତ ଶୋଷି ଦେବାରୁ ଗାଈର ମୃତ୍ୟୁ ହୋଇଛି । ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏହି ଘଟଣା ପରେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ସଚେତନ କରୁଛନ୍ତି ।

0
0
0
s2sdefault