ହେଡଲାଇନସ୍:

"ବ୍ୟାସକବିଙ୍କ ଗଳ୍ପ ଓ ଉପନ୍ୟାସର ପଟାନ୍ତର ନାହିଁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ ପାଳିତ 

ରାଉରକେଲା,(ବସନ୍ତ ଜେନା) :ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ସେକ୍ଟର-୭ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ, ପୁସ୍ତକ ଲୋକାର୍ପଣ, ସଂସଦର ବାର୍ଷିକ କ୍ୟାଲେଣ୍ଡର୍ ଅନାବରଣ, ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳ ସ୍ବାଗତ ଭାଷଣ ରଖିଥିବା ବେଳେ କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶ ବ୍ୟାସକବିଙ୍କ ସାହିତ୍ୟକୃତି ଉପରେ ଆଲୋଚନା କରି କହିଲେ ଯେ ଆଧୁନିକ ଓଡିଆ ସାହିତ୍ୟର ସୁନାମଧନ୍ୟ ସ୍ରଷ୍ଟା ଥିଲେ ଫକୀର ମୋହନ। ସମ୍ମାନିତ ବକ୍ତା ଭାବେ ସଂସଦର ଉପସଭାପତି ଖଗେନ୍ଦ୍ର ବେହେରା ଫକୀର ମୋହନଙ୍କ ସାହିତ୍ୟ କାଳଜୟୀ ବୋଲି ମତପୋଷଣ କରିଥିଲେ। କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ଏବଂ କବି ସଂଜୀବ କୁମାର ଭୋଇ ଆଲୋଚନାରେ ଅଂଶଗ୍ରହଣ କରି ବ୍ୟାସକବିଙ୍କ ଗଳ୍ପ ଓ ଉପନ୍ୟାସର ପଟାନ୍ତର ନାହିଁ ବୋଲି ମତ ପୋଷଣ କରିଥିଲେ। ଏହି ଅବସରରେ କବୟିତ୍ରୀ ନର୍ମଦା ଦାସନାୟକଙ୍କ ପୁସ୍ତକ " ସୃଜନୀ " ଓ ସଂସଦର ବାର୍ଷିକ କ୍ୟାଲେଣ୍ଡର୍ କୁ ଲୋକାର୍ପିତ କରାଯାଇଥିଲା। ପୁସ୍ତକକୁ ସମୀକ୍ଷା କରିଥିଲେ ଅନ୍ୟତମ ଉପସଭାପତି ରଶ୍ମି ବାଳା ରାଉତରାୟ। ପ୍ରାରମ୍ଭରେ ସ୍ବର୍ଗତ କବି ମଙ୍ଗୁଳି ଚରଣ ବିଶ୍ବାଳ,ଚଳଚ୍ଚିତ୍ର ଅଭିନେତା ମିହିର ଦାସ ତଥା ପ୍ରଫେସର ଅଶୋକ ମହାନ୍ତିଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ସର୍ବଶ୍ରୀ ବ୍ରଜବିହାରୀ ଦାଶ, ଖଗେନ୍ଦ୍ର ବେହେରା, ନର୍ମଦା ଦାସନାୟକ,ସସ୍ମିତା ପ୍ରଧାନ, ଅଭିରାମ ପ୍ରଧାନ, କୁଂଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ସଂଜୀବ କୁମାର ଭୋଇ, ବସନ୍ତ ବିଶ୍ବକର୍ମା, ନୃସିଂହ ଚରଣ ବିଶ୍ବାଳ,ତ୍ରିଲୋଚନ ସ୍ବାଇଁ, ପ୍ରଫୁଲ୍ଲ ସାମଲ, ବବିତା ମହାଳିକ, ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁଶିଲ କୁମାର ଜେନା, ଗୌତମ ଦାସ, ମନୋଜ କୁମାର ନନ୍ଦ, ଅଜିତ କୁମାର ଗିରି,ଆଶିଷ କୁମାର ନାୟକ, ବଳରାମ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସହସଂପାଦକ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault