ରାଉରକେଲାରେ କେବଳ ୯୨୪ କୋଭିଡ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ୧୯୪୩ କୋଭିଡ ପଜେଟିଭ
ରାଉରକେଲା,(ବସନ୍ତ ଜେନା):ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ବିସ୍ପୋରକ ସ୍ଥିତିରେ ପହଁଚିଛି। ଜାନୁଆରୀ ୧୪ ତାରିଖ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୯୪୩ ଥିବା ବେଳେ ଏହା ରାଜ୍ୟର ଦୂତୀୟ ସ୍ଥାନରେ ରହିଛି। ଖୋର୍ଦ୍ଧା ଜିଲ୍ଲା ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୭ ଥିବା ବେଳେ ଏହା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୮୫୬ ରହିଛି। ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଉରକେଲା ରେ ଚିହ୍ନଟ ହୋଇଛନ୍ତି। ୧୪ ତାରିଖ ରିପୋର୍ଟରେ ରାଉରକେଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯୨୪ ରହିଛି। ଜିଲ୍ଲାର ସହରାଞ୍ଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ଜନଗହଳି ପୂର୍ଣ୍ଣ ସ୍ଥାନ ସାନିଟାଇଜ କରାଯାଉଥିବା ବେଳେ କୋଭିଡ ଟେଷ୍ଟିଙ୍ଗ କୁ ଗୁରୁତ୍ୱ ଦିଆଯାଉଛି। ଚିକିତ୍ସା ଲାଗି ବିଭିନ୍ନ ଘରୋଇ ହସ୍ ପିଟାଲ ରେ ଆଇ ସି ୟୁ ବେଡ଼ ସଂଖ୍ୟା ବୃଦ୍ଧି କରାଯାଉଛି। କୋଭିଡ ଆଚରଣ କଡାକଡି ଭାବେ ପାଳନ କରିବାକୁ ଜନସାଧାରଣ ଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।