ପୂରଣ ହେବାକୁ ଯାଉଛି ଉପାନ୍ତ ଅଂଚଳର ବହୁଦିନର ସ୍ୱପ୍ନ : ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଲେ ଅଂଚଳ ବାସୀ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଲଖମରା ରୁ ଚରଦାପାଲି ପଞ୍ଚାୟତ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଂଗନଦୀ । ଚରଦାପାଲି ପଞ୍ଚାୟତର ଅଧିକାଂଶ ଗ୍ରାମର ସୀମା ପଡୋଶୀ ରାଜ୍ୟ ଛତିଶଗଡ଼ କୁ ଲାଗିଛି । ମୁଖ୍ୟତଃ ଏହି ସବୁ ଗ୍ରାମର ଲୋକ ମାନେ ପ୍ରତ୍ୟେକ ଦିନ ନିଜର କାମ ଓ ଆବଶ୍ୟକତା ପାଇଁ ପଦ୍ମପୁର , ବରଗଡ଼ ଓ ପାଇକମାଲ କୁ ଯିବା ଆସିବା କରିଥାନ୍ତି । କିନ୍ତୁ ଗମନାଗମନ ପାଇଁ ସବୁବେକେ ବାଧକ ସାଜିଥାଏ ଅଙ୍ଗନଦୀ । ନଦୀ ଉପରେ ପୋଲ ନ ଥିବା କାରଣରୁ ଏହି ପଂଚାୟତ ବାସୀ ସବୁ ସମୟରେ ନିଜକୁ ଜଳବନ୍ଦୀ ବୋଲି ଭାବୁଥିଲେ ଓ ଅନେକ ଦିନରୁ ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ।
ଲୋକଂକ ଆବଶ୍ୟକତା କୁ ଉପଲବ୍ଧ କରି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବାରିହା ଙ୍କର ଉଦ୍ୟମ କ୍ରମେ ଇତି ମଧ୍ୟରେ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ହେବାର ସମସ୍ତ ପ୍ରକ୍ରିୟା ଶେଷ ହୋଇ ଯାଇଛି | ସରକାର ଙ୍କର ତରଫରୁ ଏହି ପୋଲ ନିର୍ମାଣ ପାଇଁ ଆବଶ୍ୟକ କୋଡିଏ କୋଟି ଚାଳିଶ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ମଧ୍ୟ ହୋଇ ସାରିଛି । ଆଜି ମନ୍ତ୍ରୀ ଏହି ପୋଲ ନିର୍ମାଣ କାର୍ଯର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ବିଧାୟକ ଆଜିର ଏହି ଶୁଭ ଅବସର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଓ ତାଙ୍କର ନିକଟତମ ସାଥି ଶ୍ରୀ ସଦାଶିବ ବେହେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । । ମନ୍ତ୍ରୀ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ବିଧାୟକ ଙ୍କୁ ଏହି ପୋଲର ନିର୍ମାଣ ପାଇଁ ତାଙ୍କର ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଅନେକ ସରପଞ୍ଚ ତଥା ଗ୍ରାମ ଉନ୍ନୟନ ବିଭାଗର କାର୍ଯ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବାଜୀ ପ୍ରଧାନ , ଯନ୍ତ୍ରୀ ଶ୍ରୀ ଲଡୁକିଶୋର ବେହେରା ଏସ ଡି ଓ ଶ୍ରୀ ଭି ଶଙ୍କର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।